ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧାମନଗର ବିଦ୍ୟୁତ ବିଭାଗର କାର୍ଯ୍ୟରତ ଲାଇନମେନ ସୁଶାନ୍ତ ନାଥ (ନାଥ ଭାଇ)ଙ୍କର ଗତକାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି।ସୂଚନାନୁସାରେ ସେ ମଧୁମେୟ ଓ ହୃତଘାତ ଭଳି ରୋଗରେ ଦୀର୍ଘ ଦିନ ହେବ ପୀଡିତ ରହି ମଧ୍ୟ ବନ୍ଧଟିଆ ଅଂଚଳରେ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଉଥିଲେ। ତାଙ୍କ ଜନ୍ମ ସ୍ଥାନ ଭଦ୍ରକ ବ୍ଲକ ଆନ୍ଦବଜ଼ାର ଗଞ୍ଜାମାଳ ଅଂଚଳରେ। ସେ ୨୦୦୪ ମସିହାରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଗତ ୨୩ ରିଖ ତାଙ୍କ ଦେହ ଅସୁସ୍ଥ ହେବାରୁ ଘର ଲୋକେ ଭଦ୍ରକ ଓ ପରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ ମଧ୍ୟ ଶରୀରରେ କୌଣସି ସୁଧାର ଆସିନଥିଲା। ଶେଷରେ ଶନିବାର ମୃତ୍ୟୁ ହୋଇଥିଲା। ଏନେଇ ଆଜି ଧାମନଗର ବିଦ୍ୟୁତ ବିଭାଗ ତରଫରୁ ଧାମନଗର ଏନଏସି ଅଧିନସ୍ଥ ରାହାପିତା ସବଷ୍ଟେସନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ଏସଡ଼ିଓ ସୁଶାନ୍ତ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା. ଏହି ସଭାରେ ପ୍ରଥମେ ୨ମିନିଟ ନିରବ ପ୍ରାର୍ଥନା କରି ସଭା ମଣ୍ଡିତ ହୋଇଥିଲା। ସୁରେନ୍ଦ୍ର ସହୁ ସଭା ପରିଚାଳନା କରିଥିଲା ବେଳେ ସତ୍ୟରଞ୍ଜନ ରାଉତ, ପ୍ରଶାନ୍ତ କୁମାର ଦାସ, ପାର୍ଥ ସାରଥୀ ସାହୁ, ଜିତେନ୍ଦ୍ର ଜେନା, ତାପସ ବାରିକ, ସତ୍ୟରଞ୍ଜନ ରାଉତ, ଲଷ୍ମୀଧର ବେହେରା, ଦେବାଶିଷ ମିଶ୍ର, ଅଶୋକ କୁମାର ସାହୁ ଓ ଅନ୍ୟ ଠିକା କର୍ମଚାରୀ ଉପସ୍ଥିସ ରହି ସ୍ମୃତିଚାରଣ କରିଥିଲେ। ଶେଷରେ ପାର୍ଥ ସାରଥୀ ଭୂୟାଁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

