ଧାମନଗର:
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପ୍ରଶାସନ ତରଫରୁ ଧାମନଗର କଲ୍ୟାଣ ମଣ୍ଡପ ଠରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି-୨୦୨୧ ର ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଉଦଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଧାମନଗର ବିଡ଼ିଓ ଦୁର୍ଗା ଚରଣ ମୁର୍ମୁ, ସମ୍ମାନିତ ଅତିଥି ରୂପେ ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ, ବ୍ଲକ ସଂସ୍କୃତି ଅଧିକାରୀ ଅରୁଣ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ବିଭିନ୍ନ ପାଲା ଦଳ, ଦାସକାଠିଆ, ତେଲିଙ୍ଗି ବାଜା ଓ ଘୋଡ଼ା ନାଚ ଦଳ, ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଏହି ଭଲ ପ୍ରଦର୍ଶନ କରିଥିବା ଦଳ ଏବଂ କଳାକାରଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

