ଧାମନଗର :-
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଇଛଦା ଗ୍ରାମର ଆଦର୍ଶ ଶିକ୍ଷକଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅବସରରେ ଦିବଂଗତ ଶିକ୍ଷକ ଅମର ନାୟକଙ୍କ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ସ୍ବର୍ଗତ ନାୟକଙ୍କ ବାସଭବନ ପରିସରରେ ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ତପନେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମହେନ୍ଦ୍ର ଉ.ପ୍ରା ବିଦ୍ୟାଳୟର ଦକ୍ଷିଣବାଡ଼ର ପ୍ରଧାନ ଶିକ୍ଷକ ହେମେନ୍ଦ୍ର ନାଥ ମହାନ୍ତି ଅତିଥି ମାନଙ୍କୁ ଆବହାନ ସହ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଓଷ୍ଟାର ରାଜ୍ୟ ସମ୍ପାଦକ ଅଷୟ କୁମାର ହୋତା, ଶିକ୍ଷକ ପ୍ରଦୀପ କୁମାର ଦାସ,ହେମନ୍ତ କୁମାର ସୂତାର, ପର୍ଶୁରାମ ପାତ୍ର, ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କର, ଶିକ୍ଷାବିତ ନିତ୍ୟାନନ୍ଦ ଦାସ, ରମାକାନ୍ତ ଜେନା, ସଚ୍ଚିକାନ୍ତ ପଣ୍ଡା, ନାଟ୍ୟକାର ଅରୁଣ କୁମାର ବାରିକ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପାତ୍ର,ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ, ସମାଜସେବୀ ରାଜକିଶୋର ଦାସ, ଅମରାନନ୍ଦ ନାୟକ, ଶିକ୍ଷକ ମନୋଜ କୁମାର ସିଂ, ମନୋଜ କୁମାର ଜେନା, ପ୍ରମୋଦ କୁମାର ଜେନା, ବାସୁଦେବ ମହାପାତ୍ର,ଚିତରଜନ ସେନା ପତି, ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ଛାତ୍ର ବତ୍ସଳତା ଶିକ୍ଷାଦାନ ଶୈଳୀ ଓ ଲୋକପ୍ରିୟତା ସମ୍ପର୍କରେ ସୃତିଚାରଣ କରିଥିଲେ । ଶେଷରେ ସ୍ଵର୍ଗତ ନାୟକଙ୍କ ସାନ ଭାଇ କେଶବ ଚନ୍ଦ୍ର ନାୟକ କୃତଜ୍ଞତା ଜ୍ଞାପନ କରି ସଭା ସାଙ୍ଗ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

