Type Here to Get Search Results !

ବଲାଙ୍ଗୀର ରେ ମୁଖ୍ୟମନ୍ତ୍ରୀ କଲେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

ବଲାଙ୍ଗୀର :-

ବଲାଙ୍ଗିର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ୍‌ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାର ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ମାର୍ଟ ହେଲ୍‌ଥ କାର୍ଡ ଗ୍ରହଣ କରିଛନ୍ତି। ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।

 ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ ବିକ୍ରମ କେଶରୀ ଆରୁଖ, ନିରଞ୍ଚନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ, ଶ୍ରୀମତୀ ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ବିଧାୟକ ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ବଲାଙ୍ଗୀର ଵିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଙ୍କର ସଭା ରେ ମନ୍ଚାସିନ ହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଈଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦ ର ପାତ୍ର, କିନ୍ତୁ କଥା ଓ କାର୍ଯ୍ୟ ରେ ଠିକ ଭାବେ ଏହାର କାର୍ଯ୍ୟକାରୀ ହୋଇପାରିଲେ ହିଁ ଗରିବ ଲୋକେ ଏହାର୍ ଲାଭ ପାଇବେ, 2014 ପରେ ବଲାଙ୍ଗୀର ରେ ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଏହାକୁ 2014 ର ଅନେକ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ପାରିଥାନ୍ତା, ତେବେ ହୁଏତ ବଲାଙ୍ଗୀର ଆଜି ରାଜ୍ୟ ର ଏକ ଅତି ବିକଶିତ ଜିଲ୍ଲା ଭାବେ ଉଭା ହୋଇ ପାରିଥାନ୍ତା। 

ବଲାଙ୍ଗୀର ର ପ୍ରତିନିଧି ଭାବରେ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବି, କଣ୍ଟାବାଞ୍ଜି ଠାରେ ଥିବା ରେଳ ବିଭାଗ ଜମିରେ ବେରୋଜଗାର ସମସ୍ୟା ର ଦୂରୀକରଣ ପାଈଁ ରେଳ ଡବାମରାମତି କାରଖାନା ନିର୍ମାଣ କରାନ୍ତୁ,ନଚେତ ଆମ ଅଂଚଳ ର ବେରୋଜଗାର ଯୁବକ କ୍ରାନ୍ତି ର ପନ୍ଥା ଅବଲମ୍ବନ କରି ପାରନ୍ତି।

ବଲାଙ୍ଗୀର ବାସୀ ଙ୍କ ବହୁ ପ୍ରତିକ୍ଷୀତ ଦାବୀ ଲୋଆର ସୁକ୍ତେଲ, ବାଇପାସ,650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ଅନୁଦାନ ପାଇ ଥିବା ମହାରାଣୀ ସାଗର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାନ୍ତୁ।  ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ପାଈଁ 150 ଏକର ଜମି, ଭୂମିହୀନ ଙ୍କୁ ଘର ଡିହ, ସ୍କୁଲ କଲେଜ ରେ ଖାଲି ଥିବା ପଦବୀ ପୂରଣ,ଜିଲ୍ଲା କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ହାଇକୋର୍ଟ ବେଞ୍ଚ ଦାବୀ, WODC ମୁଖ୍ୟାଳୟ ବଲାଙ୍ଗୀର ରେ ସ୍ଥାପନ, ବିଭିନ୍ନ ଧର୍ମର ପୂଜlସ୍ଥଳୀ ମାନଙ୍କୁ ଅନୁଦାନ ପ୍ରଦାନ ସହ ପର୍ଯ୍ୟଟନ କ୍ଷେତ୍ର ରେ ଭୀମଡୁଙ୍ଗୁରି କୁ ଅଧିକ ଅନୁଦାନ ଓ ଏତିହ୍ୟପୁର୍ଣ ରlଣିପୁର ଝରିଆଲ କୁ ସ୍ୱତନ୍ତ୍ର ପ୍ୟାକେଜ, ଦେବୋତ୍ତର ଜମି ର ବିକାଶ ପାଈଁ ଅନୁଦାନ ପ୍ରଦାନ ର ବ୍ୟବସ୍ଥା କରlନ୍ତୁ ଵୋଲି ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ବେଷ ରେ, ବଲାଙ୍ଗୀରବାସୀଙ୍କ ତରଫରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ଦାବୀ ଓ ଅଭିଭାଷଣ ଦେଇ ଥିଲେ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କକ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.