ଧାମନଗର :-
ଆଜିର ସମାଜରେ ସାଧାରଣ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ବୈଷୟିକ ଶିକ୍ଷା ବ୍ୟବସାୟକରଣ ହୋଇ ଯାଇଥିବା ବେଳେ ଗରିବ ମେଧାବୀ ପିଲାଙ୍କର ରାହା ପାଲଟିଛି ମହାପାତ୍ର ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମେନେଜମେଣ୍ଟ ଓ ଓଡ଼ିଶା ଆସୋସେଶିଅନ୍ ଅଫ ସେଫ୍ ସୋସାଇଟ ।ଆଜି ଧାମନଗର ପରି ଏକ ଛୋଟିଆ ଜାଗାରେ ଏଭଳି ଅନୁଷ୍ଠାନ ହେବ ଆଉ ଧାମନଗର ଗରିବ ମେଧାବୀ ପିଲା ହୋଟେଲ ମେନେଜମେଣ୍ଟ ଭଳି ବ୍ୟୟବହୁଳ ଶିକ୍ଷା ପାଇବେ ଆଉ ଚାକିରିବି କରିବେ ତାହା ଧାମନଗର ବାସୀଙ୍କ ପାଇଁ ଦିନେ ସ୍ୱପ୍ନ ଭଳି ଲାଗୁଥିଲା ଯାହା କେବଳ ସମ୍ଭବ ହୋଇପାରିଛି ଦୁଇ ଉଦୀୟମାନ ଯୁବକ ଅଭିଷେକ ପାଣିଗ୍ରାହୀ ଓ ମଳୟ ବେହେରା ଙ୍କ ଦ୍ୱାରା । ଦିନେ ଏହି ଦୁଇ ଯୁବକ ଚାକଚକ୍ୟ ସହରରେ ପାଠ ପଢି ଦେଶ ବିଦେଶରେ ନାମିଦାମି ହୋଟେଲରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ମୋଟା ଅଙ୍କର ଦାରମା ପାଉଥିଲେ .ସେ ବିଳାସପୂର୍ଣ ହୋଟେଲ ଓ ମୋଟାଙ୍କର ଦାରମା ତାଙ୍କୁ ବେଶିଦିନ ବାନ୍ଧି ରଖିପାରିଲା ନାହି କାରଣ ତାଙ୍କ ମନ ଭିତରେ ସବୁବେଳେ ଗୋଟଏ ଆହ୍ୱାନ ତାଙ୍କୁ ଉଦବେଳିତ କରୁଥିଲା କି ଗାଁ ରେ ଥିବା ଅର୍ଦ୍ଧଶିକ୍ଷିତ ଯୁବକଯୁବତୀ ମାନଙ୍କୁ କେମିତି କିଛି ରୋଜଗାର ଦେବା ସହିତ ସ୍ୱାଭାଲମ୍ବୀ କରି ଗଢି ତୋଳିବେ ଏହି ଦୁଇ ଯୁବକ ନିଜର ସବୁକିଛି କୁ ପଛରେ ପକାଇ ଚାଲି ଆସିଥିଲେ, ନିଜ ଅଞ୍ଚଳର ଗରିବ ପିଲାଙ୍କୁ ନିଜ ଅଞ୍ଚଳରେ ବୈଷୟକ ଶିକ୍ଷା ଦେବାକୁ ସେଥିପାଇଁ ଆରମ୍ଭ କାଲେ ମୋହାପାତ୍ର ହୋଟେଲ ମେନେଜମେଣ୍ଟ ଆଣ୍ଡ ତୁରିଜିମ ଓ ଓଡ଼ିଶା ଆସୋସେଶିଅନ୍ ଅଫ ସେଫ୍ ସୋସାଇଟ। ଧାମନଗର ପରି ଛୋଟିଆ ଜାଗାରେ ଏଭଳି ଏକ ଅନୁଷ୍ଠାନ କରିବା ଆଉ ତାକୁ ଚଳାଇ ପିଲାମାନଙ୍କର ଜୀବନ କୁ ଗଢିବା ସହିତ ରୋଜଗାର ର ପନ୍ଥା ଯୋଗାଇବା ଶୁଣିବାକୁ ଯେତେ ସହଜ କରିବା ଏତେ ସହଜ ହୋଇନଥିଲେ ବି ବାସ୍ତବ ରୂପ ଦେଇଛନ୍ତି ଏହି ଦୁଇ ଯୁବକ । ସେ ଆରମ୍ଭ କରିଥିବା ଛୋଟିଆ ଅନୁଷ୍ଠାନଟି ଆଜି ଗନ୍ତବ୍ୟ ପଥରେ ଅଗ୍ରସର ହୋଇଚାଲିଛି । ପ୍ରଥମ ବେଚ ଯାଇ ଦୂତୀୟ ବେତ ପିଲାବି ଟ୍ରେନିଂ ଯାଇଛନ୍ତି ସୁଦୂର ହାଇଦ୍ରାବାଦ । ଅନେକ ଘାତ ପ୍ରତିଘାତ ଭିତରେ ବି ଦୁଇ ବେଚ ପିଲା ପାଠ ପଢି ଟ୍ରେନନିଙ୍ଗ ପାଇଁ ସୁଦୂର ହାଇଦ୍ରାବାଦରେ । ଏହିଠାରେ ପିଲା ପାଠପଢି ଆଜି ଦେଶରେ ନାମିଦାମୀ ହୋଟେଲ ଓ ରେଷ୍ଟୁରାଣ୍ଟ ରେ କାମ କରି ବେସ ଦୁଇପଇସା ରୋଜଗାର କରି ନିଜେ ସ୍ୱଭାଲମ୍ବୀ ହେବା ସହିତ ପରିବାର ର ଦିନେ ବୋଝ ପାଲଟି ଯାଇଥିବା ପିଲାଟି ନିଜ ପରିବାରର ସୁଯୋଗ୍ୟ ସନ୍ତାନ ହୋଇପାରିଛି । ଦୁଇ ଯୁବକଙ୍କର ଦେଶ ବିଦେଶରେ ବହୁ ନାମୀ ଦାମୀ ହୋଟେଲ ରେ ନିଜର ପ୍ରଭାବ ରହିଛି ।ଫଳ ସ୍ୱରୂପ ନିଜ କଲେଜରୁ ପାସ କରିଥିବା ପିଲାଙ୍କୁ ଭଲ ଜାଗାରେ ଚାକିରୀ କରାଇବାକୁ ସକ୍ଷମ ହେଉଛନ୍ତି । କଲେଜର ଅଦକ୍ଷ ହିସାବରେ ମଳୟ ବେହେରା ଅତ୍ୟନ୍ତ ନମ୍ର ଭଦ୍ର ଓ ଛାତ୍ର ଛାତ୍ରୀ ବତ୍ସାଳ । ସେ ସବୁବଳେ ଗୋଟେ କଥା କୁହନ୍ତି ଆମ ଅଂଚଳର ପିଲା ଖରାପ ରାସ୍ତାରେ ନ ଯାଆନ୍ତୁ ଆଉ ରୋଜଗାର କ୍ଷମ ହୁଅନ୍ତୁ ଏହି ମହତ ଉଦେଶ୍ୟ ନେଇ ଏହି କଲେଜ କରିଛନ୍ତି ଠିକ ସେମିତି ଅଭିଷେକ ପାଣିଗ୍ରାହୀ ଓଡ଼ିଶା ଆସୋସେଶିଅନ୍ ଅଫ ସେଫ୍ ସୋସାଇଟ ର ସମ୍ପାଦକ ଜନ୍ମ ମୃତ୍ୟୁର ବ୍ୟବଧାନ ହିଁ ଜୀବନ ।ଯାହା ଆରମ୍ଭ ହୁଏ କାନ୍ଦ ରୁ ଗଡିଚାଲେ ସୁଖ ଦୁଃଖର ଜୀବନ ଚାଲିଯାଏ ଅଜାଣତରେ କୋଟି କୋଟି ଲୋକ ଜନ୍ମ ନିଅନ୍ତି ମାରିବି ଯାଆନ୍ତି କେହି ଜାଣନ୍ତି ନାହିଁ ।ତାର କାରଣ ସେମାନେ ନିଜକୁ ଏବଂ ନିଜ ପରିବାରକୁ ଦେଖିଛନ୍ତି । ଏଭଳି ଜୀବନର ମାନେ ନାହିଁ । ତେଣୁ ପରିବାର ପାଇଁ ଯେତିକି କର୍ତବ୍ୟ ସମାଜ ପାଈଁ ମଧ୍ୟ ସେତିକି ଏ କଥାକୁ ଭଲ ଭାବରେ ବୁଝି ଯାଇଛନ୍ତି ଜଣେ ନିଆରା ଯୁବକ ଅଭିଷେକ ପାଣିଗ୍ରାହୀ ସେଇ ଭାବନା ନେଇ ଅନୁଷ୍ଠାନକୁ ସମସ୍ତିଙ୍କ ସହଯୋଗରେ ଆଗକୁ ନେବାକୁ ପ୍ରତିଜ୍ଞା କରିଛନ୍ତି । 12 ଜଣ ପିଲାଙ୍କୁ ନେଇ ହାଇଦ୍ରାବାଦ ର ଏକ ରିଶୋର୍ଟ ରେ ଟେନିଂ କରାଉଛନ୍ତି । ପିଲାମାନେ ହାଇଦ୍ରାବାଦ ରେ କାମ ଆରମ୍ଭ କରି ସେଠାକାର ପରିବେଶରେ ବହୁ ଆନନ୍ଦରେ ଅଛନ୍ତି । ଆଗକୁ ଅଧିକରୁ ଅଧିକ ପିଲା ଧାମନଗରରୁ ଦେଶବିଦେଶରେ ଭଲ ଦରମାରେ ଚାକିରୀ କରାଇବାକୁ ଆଶା ରଖିଛନ୍ତି । ଏଥିରେ ସହଯୋଗ କରିବା ସହିତ ଛାତ୍ର ଛାତ୍ରୀମାନେ ହାଇଦ୍ରାବାଦ ଗଲାବେଳେ ଆଶ୍ରିବାଦ ଦେବା ସହିତ ପିଲାମାନଙ୍କର ଉତ୍ତରତର କାମନା କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ପ୍ରକାଶ ମହାପାତ୍ର , ଶୁଭେଛୁ ବାଦଲ କୁମାର ବେହେରା ,ଜଗବନ୍ଧୁ ବେହେରା ,ଅରୁଣ କୁମାର ବେହେରା ଏବଂ ଓଡିଶା ସେଫ ସୋସାଇଟିର କୋଷାଧ୍ୟକ୍ଷ ଚନ୍ଦ୍ରଭାନୁ ବିଶ୍ୱାଳ ମିଡ଼ିଆସେଲ ଅଦକ୍ଷ ସରୋଜ କୁମାର ଦାଶ ଓମିଡ଼ିଆ ପ୍ରଭାରୀ କିଶୋରଚନ୍ଦ୍ର ପାଣି ,ରତିକାନ୍ତ ପଣ୍ଡା ,ସାବିରୁଦ୍ଦିନ,ଆସାଦ ଅଲି,ରଜାକ୍ ହୁସେନ୍ ରାକେଶ ବାରିକ୍,ରଫିକ୍ ତୁଲା,ଜସିମ ଖାନ ଏବଂ ଅଭିଭାବକ ମନେ ।ସର୍ବ ଶେଷରେ ଅନୁଷ୍ଠାନର ମୁଖ୍ୟ ମଳୟ ବେହେରା ଏବଂ ଓଡିଶା ସେଫ ସୋସାଇଟି ର ସମ୍ପାଦକ ଅଭିଷେକ ପାଣିଗ୍ରାହୀ ଧାମନଗର ବାସୀଙ୍କ ସହଯୋଗ ଲୋଡ଼ିବା ସହିତ ଆଶ୍ରିବାଦ ଭିକ୍ଷା କରିଛନ୍ତି। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

