ଝାରସୁଗୁଡ଼ା :-
ଆଜି ବିଶ୍ୱ ରକ୍ତଦାତା ଅବସରରେ ପ୍ରତି ବର୍ଷ ପରି ଭୋଇ ମେମୋରିଆଲ ଯୁବକ ସଂଘ ଏବଂ ମହିଳା ଆରୋଗ୍ୟ ସମିତି ବୁରୋମାଲ ତରଫରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁରୋମାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକାରୀ ଡ଼କ୍ଟର ଲାଲ ମୋହନ ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିବା ବେଳେ ବରିଷ୍ଠ ଆଇନ ଜୀବି ତାପସ ରାୟ ଚୌଧୁରୀ, ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ତୁଳସୀ ପ୍ରସାଦ ଦାଶ, ସମାଜସେବୀ ଜୟପ୍ରକାଶ କୁଅଁର, ଜନ୍ମାଜୟ ଦାଶ, ସଂଘ ର ବରିଷ୍ଠ ସଦସ୍ୟ ପ୍ରେମାନନ୍ଦ ପ୍ରଧାନ, ଗଜାନନ୍ଦ ତିୱାରୀ, ବୁଧରାମ ସାହୁ, ସୁଶୀଲ ସେଠ ଉପସ୍ଥିତ ଥିଲେ ।
ଏହି ଶିବିରକୁ ସଂଘର ସଭାପତି ସୁବାଷ ଚନ୍ଦ୍ର ସେଠ, ସମ୍ପାଦକ ପ୍ରବୀଣ ମିଶ୍ର ନେତୃତ୍ୱ ନେଇଥିବାବେଲେ, ମହିଳା ଆରୋଗ୍ୟ ସମିତିର 07 ଜଣ ସଦସ୍ୟା ଙ୍କୁ ମିଶାଇ ସର୍ବମୋଟ 26 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ଶିବିରରେ ସରକାରଙ୍କ ନିର୍ଦ୍ଧାରିତ କୋଭିଡ ନିୟମାବଳୀ କୁ ସମ୍ପିର୍ଣ୍ଣ ଭାବରେ ପାଳନ କରାଯାଇଥିଲା ।
ଉକ୍ତ ରକ୍ତଦାନ ଶିବିରର ସଂଚାଳନରେ ସଞ୍ଜୟ ଭୋଇ, କୌଶଳ ସାହୁ,ଦେବାଶିଷ ପ୍ରଧାନ, ପଞ୍ଚାନନ ସେଠ, ଦେବାରଚନ୍ଦ ସାହୁ, ତପନ ସା,ବବଲୁ ମିଶ୍ର, ପ୍ରଦୀପ ଦାଶ, ହରେରାମ ଗୁପ୍ତା, ଗଙ୍ଗା ମହୋତା, ବିକୁ ପ୍ରଧାନ, ରାଜା ପ୍ରଧାନ, ଜଗନ୍ନାଥ କାଲୋ ସହିତ ମହିଳା ଆରୋଗ୍ୟ ସମିତିର ପୁଷ୍ପlମଞ୍ଜରୀ କାଲୋ, ସୁଶୀଳା ସେଠ, ଜୟଶ୍ରୀ ସେଠ, ସୁକାନ୍ତି ସାହୁ, ରେଣୁ ପ୍ରସାଦ, ସରିତା ପ୍ରସାଦ ଏବଂ ସତ୍ୟସାଇ ସେବା ସମିତିର ସଦସ୍ୟମାନେ ସହଯୋଗ କରିଥିଲେ ।
ଝାରସୁଗୁଡ଼ା ରୁ ସୁରେଶ କଲତା ଙ୍କ ରିପୋର୍ଟ