Type Here to Get Search Results !

ସଫଳତା ପାଖରେ ହାର ମାନିଛି ବୟସର ପରିମାପ

 

ଭଦ୍ରକ :-

୪୬ ବର୍ଷ ବୟସରେ ମିଳିଛି ସଫଳତା....

ଆଜ୍ଞା ହଁ ଦୃଢ଼ ଇଛା ଶକ୍ତି ଥିଲେ ସଫଳତାର ସ୍ୱାଦ ନିଶ୍ଚୟ ମିଳିଥାଏ। ନିଜ ଜିଧି ପାଖରେ ଫିକା ପଡିଯାଇଛି ବୟସର ମାନସାଙ୍କର ପରିଭାଷା। ନିଜ ଇଛା ଶକ୍ତି ବଳରେ ଅନେକ ଦିନ ପରେ ପାଇଛନ୍ତି ସଫଳତାର ଚାବି କାଠି। ଆଉ ଏଇ ସଫଳତାକୁ ନେଇ ବେସ ଖୁସି ଅଛନ୍ତି ଗାୟିକା ଶସିକଳା ମିଶ୍ର। ଘର ଭଦ୍ରକ ଚରମ୍ପା ଡାହାଣୀ ଗଡ଼ିଆ ଛକ ନିକଟରେ ।

୧୯୭୬ ମସିହାରେ ଢେଙ୍କାନାଳ ଭୁବନ ଗ୍ରାମରେ ଗୋଟେ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶସିକଳା। ବାପା ଗୋବିନ୍ଦ ଚନ୍ଦ୍ର ଏବଂ ମାତା କୁସୁମ ଲତାଙ୍କର ଏକ ମାତ୍ର ସେ ଝିଅ ଥିଲେ। 

ସେ ପିଲାଦିନୁ ଗୀତ ପ୍ରତି ରୁଚି ରଖିଥିବା ସଙ୍ଗେ ସଙ୍ଗେ ସ୍କୁଲ ଏବଂ କଲେଜ ସମୟରେ ଅନେକ ଗୋଡିଏ ପୁରସ୍କାର ମଧ୍ୟ ପାଇଥିଲେ। କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ଗୀତ ଶିଖିବାକୁ ସୁଯୋଗ ପାଇନଥିଲେ ।ଆଉ କଲେଜ ପଢ଼ୁଥିବା ସମୟରେ ମାତ୍ର ୧୮ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ଶସିକଳା। ତେବେ ବିବାହ ପରେ ଜାରି ରଖିଥିଲେ ନିଜର ଇଛା ଆଉ ପ୍ରଚେଷ୍ଟା ଆଉ ଯାହାର ଫଳ ସ୍ୱରୂପ ଆଜି ତାଙ୍କୁ ଷ୍ଟୁଡିଓରେ ଗୀତ ଗାଇବାକୁ ସୁଯୋଗ ମିଳିଛି। ଓଡ଼ିଶାର ବିଶିଷ୍ଟ ଗାୟକ ବିଷ୍ଣୁ ମୋହନ କବିଙ୍କ ସହ ଗୀତ ଗାଇବାକୁ ମିଳିଛି ପ୍ରଥମ ସୁଯୋଗ। ଆଉ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ଟି ଗୀତ ସିଏ ଗାଇବାକୁ ସୁଯୋଗ ପାଇ ସାରିଲେଣି। 

ବିଷ୍ଣୁ ମୋହନ କବିଙ୍କ ସହ ରାଧା କୃଷ୍ଣ ଗୀତଟି ଶ୍ରୁତା ମାନଙ୍କୁ ବେସ ଆକୃଷ୍ଟ କରିପାରିଛି। ସ୍ୱାମୀ ରବି ନାରାୟଣ ମିଶ୍ରଙ୍କ ସହଯୋଗ ଏବଂ ପ୍ରେରଣା ପାଇଁ ସିଏ ଆଜି ୪୬ ବୟସରେ ସଫଳତାର ପାହାଚରେ ପହଂଚିପାରିଛନ୍ତି ବୋଲି କୁହନ୍ତି ଗାୟିକା ଶସିକଳା ମିଶ୍ର।  

ନିଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ପୁଅ ଆକାଶ ମିଶ୍ର ଏବଂ ଝିଅ ବର୍ଷା ରାଣୀ ମିଶ୍ର ଜଣେ ବୃତି ଛାତ୍ରୀ ଭାବେ ନିଜ ମାଆଙ୍କର ସଫଳତା ପାଇଁ ବେସ ଖୁସି ଅଛନ୍ତି।  ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

Post a Comment

0 Comments
* Please Don't Spam Here. All the Comments are Reviewed by Admin.