Type Here to Get Search Results !

ଗାଧୋଇବା ବେଳେ ପୋଖରୀରେ ବୁଡି ଜଣେ ମୃତ

 


ପାଟଣା :-

ଗାଧୋଇବା ବେଳେ ଖିରେଇଟାଙ୍ଗିରୀ ଗାଁ ପୋଖରୀରେ ବୁଡି ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଗ୍ରାମର ନବୀନ ମହାରଣା ବୋଲି ଜଣାପଡିଛି । ସେ ଆଜି ଅପରାହ୍ନ ପାଖାପାଖି ୨ ଟା ସମୟରେ ଗାଁ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଭୀର ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ପରିବାର ଲୋକେ ଜାଣିବା ପରେ ଗ୍ରାମବାସୀ ଙ୍କ ସହାୟତା ରେ ତାଙ୍କ ମୃତଦେହ କୁ ପୋଖରୀ ଭିତରୁ ଉଦ୍ଧାର କରିଛନ୍ତି । ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝର ଜିଲ୍ଲା ପାଟଣା ରୁ ଅନିରୁଦ୍ଧ ନାଏକଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.