ତାଳଚେର :-
ଆଜି ତାଳଚେର ଅଧିଷ୍ଠାତ୍ରୀ ମା' ହିଙ୍ଗୁଳାଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ବୈଠକ ମା ହିଙ୍ଗୁଳାଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଲା ।ଉକ୍ତ ବୈଠକରେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ,ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନ,ମାନ୍ୟବର ବିଧାୟକ ପାଳଲହଡ଼ା ଶ୍ରୀ ମୁକେଶ ପାଳ, ଉପଜିଲ୍ଲାପାଳ ତାଳଚେର ତଥା ସଭାପତି ମନ୍ଦିର ଟ୍ରଷ୍ଟ, ତହସିଲଦାର ,ବିଡ଼ିଓ ଓ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମନ୍ଦିରର ସୌନ୍ଦର୍ଯ୍ୟକରଣ,ପାନୀୟ ଜଳ ଯୋଗାଣ,ମନ୍ଦିର ସାନିଟାଇଜର ବ୍ୟବସ୍ଥା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ