Type Here to Get Search Results !

ବାସୁ ଫାଉଣ୍ଡେସନ ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

  


ବ୍ରଜରାଜନଗର :-

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଆଜି ବୁଧବାର ଦିନ ସ୍ଥାନୀୟ ଖଲିଆକାନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବାସୁ ଫାଉଣ୍ଡେସନ ପକ୍ଷରୁ ୮ ଗୋଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି। ବ୍ରଜରାଜନଗର ଅଞ୍ଚଳର ବରିଷ୍ଠ ତଥା ଓୟୁଜେ ର ପୂର୍ବତନ ଉପସଭାପତି ସ୍ଵର୍ଗତ ବାସୁଦେବ ପଣ୍ଡା ଙ୍କ ସ୍ମୃତି ରେ ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରତ୍ୟୁଷ ପଣ୍ଡା ବାସୁଦେବ ପଣ୍ଡା ଙ୍କ ନାମରେ ଏକ ବାସୁ ଫାଉଣ୍ଡେସନ ସଂସ୍ଥା କରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୭୦ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛନ୍ତି। ସେହିପରି ବ୍ରଜରାଜନଗର ସହରର ବିଜେଡି ନେତା ତଥା ପୂର୍ବତନ ଉପନଗରପାଳ ଜୟନ୍ତ ଦିକ୍ଷୀତ ଙ୍କ ଅନୁରୋଧ ରେ ସହରରେ ଆଜି ୮ ଟି ଅକ୍ସିଜେନ କନସେନଟ୍ରେଟର ବାସୁ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଛି। ପ୍ରଦାନ କରାଯାଇଥିବା ୮ ଟି ଅକ୍ସିଜେନ କନସେନଟ୍ରେଟର ମଧ୍ୟରୁ ୨ ଟି ଖଲିଆକାନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପ୍ରଦାନ କରାଯାଇଥିବା ବେଳେ ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଟିଏ, ବେଲପାହାଡ଼ ଓ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଟିଏ ଲେଖାଏଁ ପ୍ରଦାନ କରାଯାଇଛି ଅନ୍ୟ ୩ ଟି ଅକ୍ସିଜେନ କନସେନଟ୍ରେଟର ଜୟନ୍ତ ଦିକ୍ଷୀତ ଙ୍କ ତତ୍ବାବଧାନରେ ଇଏସଆଇଛକ ଯୁବକ ସଂଘ କୁ ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଖଲିଆକାନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଖଲିଆକାନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଓ କର୍ମଚାରୀ, ବାସୁ ଫାଉଣ୍ଡେସନ ସମ୍ବଲପୁର ଶାଖାର ପ୍ରଶାନ୍ତ ପ୍ରଧାନ, ବରଗଡ଼ ଶାଖା ର ଫିରୋଜ ଫାତି, ରାଜପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଯତୀନ ଦେଓ , ବ୍ରଜରାଜନଗର ଇଏସଆଇଛକ ଯୁବକ ସଂଘ ର କର୍ମକର୍ତ୍ତା ପ୍ରମୋଦ ପଟେଲ, ଏନ୍ ଲିଙ୍ଗରାଜ, ଅଚ୍ୟୁତ ସାହୁ, ସୁଶାନ୍ତ ମେହେର,କ୍ଷୀରୋଦ ରାଉତ, ପିଣ୍ଟୁ ଶତପଥୀ,କହ୍ନେୟା ବାଗ,ରାଜୁ ପଥ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.