Type Here to Get Search Results !

ଆନ୍ଧ୍ର ପ୍ରଦେଶ ଇଟା ଭାଟିରେ ଓଡ଼ିଶାର ଦଳିତ ଦାଦନ ଶ୍ରମିକ ନିର୍ଯ୍ୟାତିତ:ପ୍ରାଣ ଭୟରେ ଓଡିଶା ପ୍ରତ୍ଯାବର୍ତ୍ତନ

 


ପଦ୍ମପୁର :-

ଗତ ୭ ମାସ ଧରି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୈଦାପଲ୍ଲୀ ଜିଲ୍ଲା ଅନ୍ତର୍ଗତ କରଲାଚିର୍ଲା ଗାଁରେ ଥିବା ଶ୍ରୀ ଆରିଫ୍ ଙ୍କ ଇଟାଭାଟି ରେ କାର୍ଯ୍ଯ କରୁଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ନିଲାଥର ଗ୍ରାମର ପ୍ରମୋଦ ତାଣ୍ତି ( ୩୦ ବର୍ଷ ) ତାଙ୍କ ସ୍ତ୍ରୀ ଶ୍ରୀମତୀ ନୃପତି ତାଣ୍ତି ( ୨୫ ବର୍ଷ ) ୩ବର୍ଷର ଛୋଟ ଛୁଆ ଭବନ ତାଣ୍ତି ଅକଥନୀୟ ନିର୍ଯ୍ୟାତିତା ହେବାପରେ ପ୍ରାଣ ଭୟରେ ଲୁଚିଛପି ଭୋକ ଉପାସରେ ଗତ ୬ ତାରିଖ ଦିନ ତାଙ୍କ ନିଜ ଗ୍ରାମ ନିଲାଥର କୁ ପହଞ୍ଚିଛନ୍ତି । ଗ୍ରାମର ଭଦ୍ରବ୍ୟକ୍ତି ଓ ଜାତି ସମାଜର ଭଦ୍ରବ୍ୟକ୍ତି ଙ୍କୁ ଏ ସମସ୍ତ କଥା କହିବା ପରେ ଆଜି ପ୍ରମୋଦ ତାଣ୍ତି ତାଙ୍କ ସ୍ତ୍ରୀ ଓ ୩ବର୍ଷର ଛୁଆ ସହ ପାଇକମାଲ ଥାନାରେ ରିପୋର୍ଟ ଦେଇଛନ୍ତି । ଥାନା ଅଧିକାରୀ ରିପୋର୍ଟ ପାଇବା କ୍ଷଣି ସ୍ବାମୀ,ସ୍ତ୍ରୀର ମେଡିକାଲ ଯାଞ୍ଚ ପାଇକମାଲ ରେଫର କରି ଘଟଣାର ତଦନ୍ତ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ଯ ଯେ, ଶହ ଶହ ପରିବାର କୁ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ବରତୁଣ୍ତା ଗ୍ରାମର ଶ୍ରୀ ଗୋବିନ୍ଦ ସୁନା ପଠାଇ ଏଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି । ପ୍ରମୋଦ ତାଣ୍ତି ପରିବାରକୁ ତାଙ୍କ ଘରକୁ ଯାଇ ଓଡ଼ିଶାରେ ତ କାମ ନାହିଁ ତୁମେ ଆନ୍ଧ୍ର ପ୍ରଦେଶ ଗଲେ ଲକ୍ଷାଧିକ ଟଙ୍କା ଆୟ କରିବ ବୋଲି ପ୍ରବର୍ତ୍ତଇ ତାଙ୍କୁ ଶ୍ରୀ ଆରିଫ ର ଇଟାଭାଟି ଆନ୍ଧ୍ର ପ୍ରଦେଶକୁ ପଠାଇଥିଲା । ପ୍ରମୋଦ ତାଣ୍ତି,ସ୍ତ୍ରୀ ସହ ସେଠାରେ ୩ବର୍ଷର ଛୋଟ ଛୁଆକୁ ରଖି ଗତ ନଭେମ୍ବର ୨୦୨୦ ରୁ ପାଖାପାଖି ୭ ମାସ କାମ କଲାପରେ ମାଲିକ କୁ ଯେତେବେଳ କାମର ହିସାବ କରି ଟଙ୍କା ମାଗିଲା ମାଲିକ ଓଲଟା ପ୍ରମୋଦ କୁ ଗାଳିଗୁଲଜ କରି ତୋର ସର୍ଦ୍ଧାର ତୋ ନାମରେ ୧ ଲକ୍ଷ ଟଙ୍କା ନେଇଛି ବୋଲି ଧମକ ଦେଲା । ପ୍ରମୋଦ କୁ ସର୍ଦ୍ଧାର ଗୋବିନ୍ଦ ସୁନା ଟଙ୍କା ଟିଏ ଦେଇ ନଥିବାରୁ ସେମାନେ ଏହାର ପ୍ରତିବାଦ କରି ପ୍ରମୋଦ ତା ପରିବାର କୁ ଧରି ଗାଁକୁ ଫେରିବା ପାଇଁ କହିଲା । ଏଥିରେ ଉତନ୍ଧପ୍ତ ହୋଇ ମାଲିକ ଶ୍ରୀ ଆରିଫ୍ ପାଖରେ ଠିଆ ହୋଇଥିବା ୱାଚମେନ କୁ ପ୍ରମୋଦ କୁ ପିଟିବା ପାଇଁ ନିର୍ଦ୍ଦେଶ ଦେଲା । ୱାଚମେନ ଅତି ନିର୍ଦ୍ଧୟ ଭାବେ ପ୍ରମୋଦ କୁ ଓ ତା ସ୍ତ୍ରୀକୁ ବାଡିରେ ମାଡମାରି ଆହାତ କଲା । ଏ ଘଟଣା ତା ୧ ୵ ୬ ରିଖ ଦିନ ଘଟିଥିବା ବେଳେ ତାପରେ ଲୁଚି ଛପି ପ୍ରାଣ ଭୟରେ ଇଟା ଭାଟିରୁ ଓଡ଼ିଶା କୁ ନିଜ ଗାଁକୁ ଗତ ତା ୬ ୵ ୬ ରିଖ ଦିନ ସେମାନେ ଫେରି ଆସିଛନ୍ତି । ପ୍ରମୋଦ ତାଣ୍ତି, ତ୍ସୀ ଓ ଛୋଟ ଛୁଆ ସହ ଆସି ପାଇକମାଲ ଥାନାରେ ଦ୍ବାରସ୍ଥ ହୋଇଛି । ମନରେଗା କାମ ସବୁ ଆଡେ ମେସିନ ଜରିଆରେ ହେଉଥିବାରୁ ଓଡ଼ିଶାରେ ଲୋକେ କାମଧନ୍ଦା ନ ପାଇ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଳନାଡୁ, ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ ଆଦି ରାଜ୍ଯକୁ ଲୋକେ ଚାଲି ଯାଉଛନ୍ତି । ସେଠାରେ ଓଡିଆ ଶ୍ରମିକ ମାନେ ନିର୍ଯ୍ୟାତିତ ହେବାର ଅନେକ ନଜିର ଦେଖିବାକୁ ମିଳୁଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.