Type Here to Get Search Results !

କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦ

 


ଝାରସୁଗୁଡ଼ା :-

ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ  ବେହେରମାଲ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଅହେତୁକ ତୈଳ ଦର ବୃଦ୍ଧି କୁ ନେଇ ପ୍ରତିବାଦ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପେଟ୍ରୋଲିୟମ ଦର ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଅନ୍ୟପଟେ କୋରୋନା ଦ୍ଵାରା ଜନତା ଙ୍କ ରୋଜଗାର ସମ୍ପୂର୍ଣ ବନ୍ଦ ହୋଇ ପଡିଛି। ଏପଟେ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ସମସ୍ତ ପ୍ରକାର ଦରଦାମ ମଧ୍ୟ ଅନିୟନ୍ତ୍ରିତ ହୋଇ ପଡିଛି। ଏହା ଜନତାଙ୍କ ଜୀବନ କୁ ଅସ୍ତବ୍ୟସ୍ତ କରିବା ସହ ସାଧାରଣ ଜୀବନ କୁ ପ୍ରଭାବିତ କରୁଛି । ଏଣୁ ଏହି ତୈଳ ଦର ବୃଦ୍ଧି କୁ ଯଦି କେନ୍ଦ୍ର ସରକାର ନିୟନ୍ତ୍ରଣ ନ କରନ୍ତି, ତେବେ କଂଗ୍ରେସ ଆଗକୁ ବୈପ୍ଲବିକ ପନ୍ଥା ଅବଲମ୍ବନ କରିବ ବୋଲି ଏହି ପ୍ରତିବାଦ ରେ ସୁଚେଇ ଦେଇଛି । 

ଆଜିର ଏହି ଭିକ୍ଷୋବ ରେ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ସାଧାରଣ ସମ୍ପାଦକ ମନୋଜ ବାଜପେୟୀ ତଥା ଅନ୍ୟାନ୍ୟ କଂଗ୍ରେସ କର୍ମୀ ଯୋଗ ଦେବା ସହ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ




Post a Comment

0 Comments
* Please Don't Spam Here. All the Comments are Reviewed by Admin.