ଭଦ୍ରକ :-
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବାତ୍ୟା ୟାସ ଫଳ ରେ ଅଧିକାଂଶ ଅଞ୍ଚଳ କ୍ଷତି ଗ୍ରସ୍ତ ହୋଇଥିଲା, ଶତକଡା ପଚାଶ ଭାଗ ଜଳବନ୍ଦୀ ଭିତରେ ଥିଲା । ଓଡିଶା ସରକାର ୭ ଦିନର ରିଲିଫ ଘୋଷଣା କରିଥିଲେ କିନ୍ତୁ ଆଜି ଯାଏ ଜଳମଗ୍ନ ଥିବା ଅନେକ ଅଞ୍ଚଳ କୁ ସ୍ଥାନୀୟ ପ୍ରଶାସନ ପାତର ଅନ୍ତର ନୀତି କରି ସେଥିରୁ ବାଦ ଦେଇଥିବାରୁ ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଦାବିପତ୍ର ପ୍ରଦାନ କଲେ। ଏହି ପତ୍ର ପ୍ରଦାନ ସମୟ ରେ ଯୁବ ନେତା ମହେଶ୍ୱର ଧଳ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍