ତାଳଚେର :-
କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧ ରେ ରହି ଚିକିତ୍ସିତ ହେଉଥିବା ଅସହାୟ ତଥା ଖାଦ୍ୟ ଅଭାବରେ ରହୁଥିବା ଲୋକମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ, ସାନିଟାଇଜର,ମାସ୍କ, ସାବୁନ(ପ୍ୟାକେଟ) ଏବଂ ଘର ସାନିଟାଇଜ କରିବା ପାଇଁ ହ୍ୟାଣ୍ଡ ସାନିଟାଇଜର ସ୍ପ୍ରେ ମେସିନ୍ ଏଵଂ ଅକ୍ସିମିଟର ଇତ୍ଯାଦି ସମାଜସେବୀ #ଵିଭୁତି ସାହୁ ଙ୍କ ସହଯୋଗ ରେ ଘଣ୍ଟପଡା ପଞ୍ଚାୟତ ଠାରେ ସରପଞ୍ଚ ଶ୍ରୀଯୁକ୍ତ ମନୋଜ ଵେହେରା,ସମିତି ସଭ୍ୟା ଶ୍ରୀମତି ସରୋଜିନୀ ଵେହେରା, ନାଏଵ ସରପଞ୍ଚ ଶ୍ରୀମତୀ ଉର୍ମିଳା ଦେହୁରୀ ଏବଂ PEO ପଦ୍ମନାଭ ଵେହେରା ଙ୍କ ଉପସ୍ଥିତ ରେ ପ୍ରଦାନ କରାଗଲା।
ଆସନ୍ତୁ ଏହି କରୋନା ମହାମାରୀ କାଳରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ସାହାଯ୍ୟ ସହଯୋଗ ର ହାତ ବଢାଇବା। ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ