Type Here to Get Search Results !

ପୁରୀ ପୋଲିସ ର ଚାଲାଣ ବହି, କେତେ ସତ କେତେ ମିଛ

 


ପୁରୀ :- 

ପୁରୀ ଜିଲ୍ଲା ପ୍ରଶାସନ ର ଅଜବ ନୀତି। ଚାଲାଣ କଟୁଛି ହେଲେ କାହା ଚାଲାଣ କଟିଛି ଜାଣିବା ମୁସ୍କିଲ। ଏହା ସହ କିଏ ସେ ଅଫିସର ଯିଏ ଚାଲାଣ କାଟୁଛନ୍ତି ଖୋଜିବେ କୋଉଠୁ। ଯାହା ର ଚାଲାଣ କରୁଛି ନ ତା ନା ରହୁଛି ନା ରହୁଛି ତାଙ୍କ ତଥ୍ୟ। ଏହାସହ ଯେଉଁ ଅଧିକାରୀ ଏ ଚାଲାଣ କାଟୁଛନ୍ତି ତାଙ୍କ ନା କିମ୍ବା ତାଙ୍କ ପଦବୀ ମଧ୍ୟ ରହୁନଥିବା ଦେଖିବାକୁ ମିଳୁଛି । 

ତେବେ ଏ ଚାଲାଣ କଣ ସତରେ ସରକାରୀ ଖାତା କୁ ଯାଉଛି ନା ପୋଲିସ ର ପକେଟ କୁ ? ଦିନକୁ ହଜାର ହଜାର ସଂଖ୍ୟକ ଚାଲାଣ କଟୁଛି ତେବେ ସେ ଟଙ୍କା ଯାଉଛି କୁଆଡେ?

ଗତ କାଲି ଏଭଳି ପ୍ରଶ୍ନ ଉଠାଇଥିଲେ ବୋଲି ଜଣେ କର୍ତ୍ୟବରତ ସାମ୍ବାଦିକ ମଧ୍ୟ ପୁରୀ ପୋଲିସ ର ଆକ୍ରୋଶ ଶିକାର ହୋଇଥିଲେ। ତେବେ କଣ Covid ନା ରେ ଚାଲିଛିକି ପୋଲିସ ର ଜୁଲୁମ୍ ଜନତା ଙ୍କ ପ୍ରତି। ରାଜ୍ୟରେ 5T କଣ ପୁରୀରେ ଏହା ଶୋଇ ପଡ଼ିଛିକି। ଏଭଳି ଅନେକ ପ୍ରଶ୍ନ ଉଠୁଛି ଜନତା ଙ୍କ ମନରେ। ତେବେ ଏ ନେଇ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିବେ ଦେଖିବା ବାକି ରହିଲା। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.