Type Here to Get Search Results !

ଲକ୍‌ଡାଉନ୍‌ରେ କଡ଼ାକଡ଼ି ହେବ ନିୟମ, ଜାଣି ରଖନ୍ତୁ

 
www.tro24news.co.in


ଭୁବନେଶ୍ୱର : -
ଆସନ୍ତା ୫ ମେ ରୁ ଓଡ଼ିଶା ରେ ହେବ ଲକ୍ ଡାଉନ୍। ତେବେ ଏନେଇ କଣ ବନ୍ଦ ରହିବ, କଣ ଖୋଲା ରହିବ, କାହାକୁ ଓ କେଉଁ କାର୍ଯ୍ୟକୁ ଅନୁମତି ମିଳିଛି ତାହା ନିମ୍ନ ରେ ଦିଆଗଲା -

ଲକ୍‌ଡାଉନ୍ ବେଳେ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି । ସମସ୍ତ ଶିକ୍ଷାନୁଷ୍ଠାନ, କେଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ବନ୍ଦ ରହିବ । ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ଟ୍ୟାକ୍ସି, ଅଟୋ, ସାଇକେଲ୍ ରିକ୍ସା ଚଳାଚଳ ସପୂର୍ଣ୍ଣ ବନ୍ଦ ରହିବ। ସିନେମା ହଳ୍‌, ମଳ୍‌, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ । ଯାତ୍ର ଅପେରା, ଖୋଲାମଞ୍ଚ ସପୂର୍ଣ୍ଣ ମନ୍ଦ ରହିବ । ସେଲୁନ୍‌, ପାର୍ଲର, ସ୍ପା ପୂର୍ଣ୍ଣ ବନ୍ଦ ରହିବ । କେବଳ ମେଡିକାଲ୍ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତକୁ ମନା କରାଯାଇଛି । ସମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ବନ୍ଦ କରାଯାଇଛି । ସ୍ଥାନୀୟ କତ୍ତୃପକ୍ଷଙ୍କ ଠାରୁ ଅନୁମତିି ଆଣି ବିବାହ ଆୟୋଜନ କରିହେବ । ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ଜଣଙ୍କୁ ଅନୁମତି ମିଳିବ। ବିବାହ ପାଇଁ ସ୍ଥାନୀୟ ପ୍ରଶାସନ ର ଅନୁମତି ବାଧ୍ୟତାମୂଳକ । ଡିଜିଟାଲ, ପେପର୍ ଓ ସଟେ ଲାଇଟ୍ ମିଡ଼ିଆ ପ୍ରତିନିଧିଙ୍କୁ ଯାତାୟାତ ଅନୁମତି ରହିବ। କୋଭିଡ ଟେଷ୍ଟ ଓ ଟୀକାକରଣ ଚାଲୁ ରହିବ। ଖାଦ୍ୟ ଓ ଅନ୍ୟ ଡେଲିଭରି କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କୁ ଯାତାୟାତ ଅନୁମତି ରହିବ। ଢ଼ାବା ଓ ରେଷ୍ଟୁରାଣ୍ଟ ପ୍ୟାକିଙ୍ଗ ଖାଦ୍ୟ ଯୋଗାଇ ପାରିବେ। ପାରିବା ଓ ରାସନ ସାମଗ୍ରୀ କ୍ରୟ କରିବା ପାଇଁ ଜନତା ସକାଳ ୬ ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଯାତାୟାତ କରିପାରିବେ । କିନ୍ତୁ କେବଳ ଚାଲି ଚାଲି, କୌଣସି ବାହନ ବ୍ୟବହାର କରି ପାରିବେ ନାହିଁ। ଲକ୍ ଡାଉନ୍ ନିୟମ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.