ଭୁବନେଶ୍ୱର :-
କରୋନା ଜନିତ ରୋଗରେ ମୃତ୍ୟୁ ବରଣ କରିଥିବା ଅଭିଭାବକ ମାନଙ୍କ ପିଲାଙ୍କୁ ସରକାରୀ ଓ ବେସରକରି ସ୍ଥାନରେ ହେଉ ସବୁଠି ମାଗଣା ଶିକ୍ଷା ଦିଆଯିବା ସହ ରୋଜଗାର ହରେଇଥିବା ଅଭିଭାବକ ମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ପାଇଁ ଦାବି କରିଛି l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ରାଜ୍ୟରେ ଯେଉଁମାନେ ଜୀବନ ହରେଇଛନ୍ତି, ସେମାନଙ୍କ ପିଲାଙ୍କୁ ସମ୍ପୂର୍ଣ ଶିକ୍ଷା ପାଇଁ ଘୋଷଣା କରିଛନ୍ତି l ଏହାକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଦେଇଛନ୍ତି ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ l ଶ୍ରୀ ଭଟ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଓଡିଶା ରେ ଏହାକୁ ଲାଗୁ କଲେ କରନାରେ ଜୀବନ ହରେଇଥିବା ଅଭିଭାବକ ମାନଙ୍କ ପିଲାମାନେ ଅନାଥ ହୋଇ ପାଠ ଛାଡ଼ିବା ପୂର୍ବରୁ ସେମାଙ୍କୁ ଶିକ୍ଷାରେ ସୁରକ୍ଷା ଦେବାପାଇଁ ସେ ସରକାରୀ ଓ ବେସରକାରୀ ହେଉ ନାଁ କାହିଁ ସବୁଠାରେ ଏହାକୁ ଲାଗୁକରିବାକୁ ଦାବି କରିଛନ୍ତି l ଦିଲ୍ଲୀ ପରି ଯେଉଁ ଅଭିଭାବକ କରୋନା କାଳରେ ରୋଜଗାର ହରେଇଛନ୍ତି ତାଙ୍କୁ ଆର୍ଥିକ ସହାୟତା ଦେବାସହ ତାଙ୍କ ପିଲାଙ୍କୁ ମଧ୍ୟ୍ୟ ମାଗଣା ଶିକ୍ଷା ଦେବାପାଇଁ ଶ୍ରୀ ଭଟ୍ଟ ଦାବି କରିଛନ୍ତି l ଏହା ନ କଲେ ପିଲା ମାନେ ଶିକ୍ଷା ରୁ ବଂଚିତ ହେବାସହ ଓଡ଼ିଶାରେ ଶିଶୁ ଶ୍ରମିକ ବଢିବାର ସମ୍ଭାବନା ଅଛି l ବିଶେଷ ଭାବେ ବେସରକାରୀ ଛୋଟ ଛୋଟ ବିଦ୍ୟାଳୟରେ ଥିବା ଗରିବ ଶ୍ରେଣୀର ଅଭିଭାବକ ମାନେ ଏହାଦ୍ୱାରା ପ୍ରଭାବିତ ହେବେ l ଓଡିଶା ଅଭିଭାବକ ମହାସଂଘ ଏହି ଦାବି କରନାରେ ମୃତ୍ୟୁବରଣ କରିଥିବା ସବୁ ପରିବାରକୁ ସହଯୋଗ ହେବ ଓ ସମସ୍ତେ ଶିକ୍ଷା ପାଇପାରିବେ ବୋଲି ଦାବି କରିଛି l ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ