Type Here to Get Search Results !

ଇଛୁକ ମେଧାବୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସମୟ ଧlର୍ଯ୍ୟ କରିବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ



ଭୁବନେଶ୍ୱର :-

ଆଜି ରାଜ୍ୟ ସରକାର କରୋନାକୁ ଦେଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିଦେଇଛନ୍ତି l ପିଲାଙ୍କ ପୂର୍ବ ପରୀକ୍ଷାର ଫଳକୁ ଅନୁଶୀଳନ ଆଧାର ରେ ମାଟ୍ରିକ ପରୀକ୍ଷା ର ମୂଲ୍ୟାଙ୍କନ ପାଇଁ ପଦ୍ଧତି ଆପଣାଇ ମାର୍କ ଦିଆ ଯାଇପାରେ ବୋଲି ସୂଚନା ମିଳୁଛି l ଏପରି ହେଲେ ଲକ୍ଷ ଲକ୍ଷ ମେଧାବୀ ପିଲାଙ୍କ କ୍ୟାରିଅର ଉପରେ ଏହାର ଘୋର ପ୍ରଭାବ ପଡିବ l ପ୍ରାୟ ପଚାଶ ପ୍ରତିଶତ ରୁ ଅଧିକ ପିଲାମାନେ ପରୀକ୍ଷା ପାଇଁ ଆଗ୍ରହୀ ଅଛନ୍ତି l କାଁ ଭାଁ ଏହି ଗୋଟେ ଦିଇଟା ଘଟଣା କୁ ନେଇ ସରକାର ଚାପରେ ପଡି କିମ୍ବା ଡରିଯାଇ ଏପରି ନିଷ୍ପତ୍ତି ନେଲାଭଳି ଜଣାପଡୁଛି l ପ୍ରତ୍ୟେକ ବିଦ୍ୟାର୍ଥୀ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ କୁ ନେଇ ତାର ଭବିଷ୍ୟତର ଶିକ୍ଷା ଗ୍ରହଣ ର ଯୋଜନାର ପଦ୍ଧତି ନିର୍ଣ୍ଣୟ କରିଥାଏ l ଯେଉଁ ପିଲାମାନେ ପାଠ ପଢ଼ାରେ ଦୁର୍ବଳ ସେମାନଙ୍କ ପାଇଁ ହୁଏତ ଏହା କିଛକାଂସରେ ସହଯୋଗ ହୋଇପାରେ ହେଲେ ସାମଗ୍ରିକ ଭାବେ ଏହାର ଏକ ବିଚ୍ୟୁତି ଦେଖାଦେବ l କାରଣ ମେଧାବୀ ପିଲାଟି ତାର ସର୍ବଶ୍ରେଷ୍ଠ ନିଷ୍ଠା ଓ ଉଦ୍ୟମ ରେ ବୋର୍ଡ ପରୀକ୍ଷା ଦେଇଥାଏ ହେଲେ ଏହି ନିଷ୍ପତ୍ତି ତାର ଅଧିକାର କ୍ଷୁର୍ଣ କରିଦେବା ଭଳି ମନେହେଉଛି l ତେଣୁ ସ୍କୁଲ ସ୍ତରରେ ସମସ୍ତ ମ୍ୟାଟ୍ରିକ ପିଲାଙ୍କ ତଥ୍ୟ ଅଣାଯାଉ ଓ ପରୀକ୍ଷା ପାଇଁ ଇଛୁକ ଥିବା ପିଲାଙ୍କ ପାଇଁ ସରକାର ଅନଲାଇନ କିମ୍ବା ଅଫଲାଇନ ରେ ପରୀକ୍ଷା କରାଇବାର ବ୍ୟବସ୍ଥା କରନ୍ତୁ l ଠିକ ସେହିପରି +2 ରେ ଇଛୁକ ପିଲାଙ୍କ ପାଇଁ ମଧ୍ୟ ବିଳମ୍ବ ନ କରି ପରୀକ୍ଷାର ସମସ୍ତ ବନ୍ଦୋବସ୍ତ କରନ୍ତୁ ଯାହା ଫଳରେ ମେଧାବୀ ପିଲାମାନେ ପରୀକ୍ଷା ଦେଇ ତାଙ୍କର ନିଜର ପରବର୍ତୀ ଶିକ୍ଷା ଗ୍ରହଣ ସହ ନିଜର ସଠିକ ମୂଲ୍ୟାୟନ କରି କ୍ୟାରିଅର ରେ ଉପଯୋଗ କରିପାରିବେ ବୋଲି ଆଜି ଓଡିଶା ଅଭିଭାବକ ମହାସଂଘ ର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ୍ନ ବିଷୋୟୀ, ସା. ସମ୍ପାଦକ ଅଶୋକ ପାଇକରାୟ, ଭୁମୋହନ ପଟ୍ଟନାୟକ, ଶଙ୍କର୍ଷଣ ସାମନ୍ତରାୟ ଆଦି ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି  ପ୍ରସନ୍ନ ବିଷୋୟୀ, ସହ ଅଧକ୍ଷ୍ୟ ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.