ତିହିଡ :-
ତିହିଡି ବ୍ଲକ ଅଚକ ଗ୍ରାମ ପଞ୍ଚାୟତ ରେ ଛନ୍ଦୋବଦ୍ଧ କବିତା ଲେଖିବା ଓ ତାକୁ ଗାଇବା କ୍ଷେତ୍ରରେ କବି ଶ୍ରୀ ଗୋଲକ ପ୍ରସାଦ ବୟାରୀ ଏକ ପରିଚିତ ନାମ । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୬୦ ବର୍ଷ ରୁ ଉର୍ଦ୍ଧ୍ ସମୟ ହେଲା ସେ କବିତା ଲେଖିବା ଜାରୀ ରଖିଛନ୍ତି । ବିଶେଷ କରି ଆଧ୍ୟାତ୍ମିକ ଦେଶାତ୍ମବୋଧକ ଓ ଶିଶୁ ଙ୍କ ପାଇଁ କବିତା ଆଦି ଲେଖିବାରେ ସେ ଆନନ୍ଦ ପାଆନ୍ତି । ଘର ତିହିଡ଼ି ବ୍ଲକ୍ ଅଧିନ ଅଚକ ଗ୍ରାମ ରେ । ମାତ୍ର ୧୪ ବର୍ଷ ବୟସରେ ସେ ଆରମ୍ଭ କରିଥିଲେ କବିତା ଲେଖା ଏବେ ୭୪ ବର୍ଷରେ ପହଞ୍ଚିଥିଲେ ବି ତାଙ୍କ ଭିତରେ ସୃଜନଶୀଳତା ସେହିପରି ବଞ୍ଚି ରହିଛି ଅସଂଖ୍ୟ କବିତା ଲେଖି ସାରିଛନ୍ତି । ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଦ୍ଵାରା କବିଶ୍ରୀ,କବି ଗୈାରବ, କବି ରତ୍ନ, କବି ଚନ୍ଦ୍ର, କବି ପଦ୍ମ ଆଦି ବିଭିନ୍ନ ପଦରେ ମଣ୍ଡିତ ହୋଇ ସାରିଛନ୍ତି । ତାଙ୍କ କବିତା ଗୁଡ଼ିକ ବିଭିନ୍ନ ପାତ୍ରପତ୍ରୀକାରେ ମଧ୍ୟ ପ୍ରକାଶିତ ହୋଇଛି । ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିଲେ ବି କବିତା ଲେଖିବା ର ଇଚ୍ଛା ତାଙ୍କ ଭିତରେ ସେହିପରି ବଡ଼ ବତ୍ତର ରହିଛି । ୧୯୭୩ ମସିହାରେ ସେ ସ୍ଥାନୀୟ ନନ୍ଦପୁର ରେ ମାସିକ ଦରମା ୫୦ ଟଙ୍କା ରେ ପୋଷ୍ଟମାଷ୍ଟର ଭାବେ ଯୋଗ ଦେଇ ୨୦୧୩ ରେ ଅବସର ନେବା ସମୟରେ ମାସିକ ଦରମା ମାତ୍ର ୬ ହଜାର ୫ ଶହ ଟଙ୍କା ପାଉଥିଲେେ। ପେନସନ ମଧ୍ୟ ନାହିଁ ଏହି ସ୍ବଳ୍ପ ରୋଜଗାରରେ ସେ ନିଜର ପରିବାର ପ୍ରତିପୋଷଣ କରିବା ଭିତରେ କବିତା କୁ କେବେ ପାଖଛଡା କରିନାହାନ୍ତି । ପ୍ରାୟ ସମସ୍ତ ସାହିତ୍ୟ ସଭାସମିତିରେ ତାଙ୍କୁ ଦେଖିବାକୁ ମିଳିଥାଏ । ଛନ୍ଦୋବଦ୍ଧ କବିତା ଲେଖିଥିବା ଦୃଷ୍ଟିରୁ ଆଧୁନିକ କବିଙ୍କ ଦ୍ବାରା ଥଟ୍ଟାମଜାର ଶିକାର ହେଉଥିଲେ ବି ସେ ସେଥିପତି ଦୃଷ୍ଟି ଦିଆନ୍ତି ନାହିଁ । ଅଥାଭାବ ଯୋଗୁଁ ସେ ବହି ଖଣ୍ଡିଏ ଛପାଇବାକୁ ସକ୍ଷମ ହୋଇ ପାରିନାହାନ୍ତି । ବହି ଛପାଇ ପାରି ନ ଥିବାରୁ ମୁଁ ବଡ଼ ପୁରସ୍କାର ମଧ୍ୟ ପାଇପାରିନାହି ବୋଲି ଅନୁତାପ କରନ୍ତି ଶ୍ରୀ ବୈୟାରୀ । ବଣ ମଲ୍ଲୀ ବଣରେ ଝଡ଼ି ଗଲା ଫରି କବିଶ୍ରୀ ବୈୟାରୀଙ୍କର ଜୀବନ । ନିଶା ବୋଲି ମୋର କିଛି ନାହିଁ କେବଳ କବିତା ହିଁ ନିଶା ଜୀବନରେ ଶେଷ ପର୍ଯ୍ୟନ୍ତ କବିତାକୁ ନେଇ ବଞ୍ଚିବି ବୋଲି ସେ କୁହନ୍ତିି। ତିହିଡ଼ି ବ୍ଲକ୍ ରୁ ମଦିନା ବିବିଙ୍କ ରିପୋର୍ଟ