Type Here to Get Search Results !

ବେସରକାରୀ ଅଧ୍ୟାପକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 

 ଝାରସୁଗୁଡ଼ା

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ଶାଖା ଝାରସୁଗୁଡ଼ା ପକ୍ଷରୁ ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଭାରତୀୟ ଡାକ ବିଭାଗର ପୋଷ୍ଟ କାର୍ଡ ଜରିଆରେ ଚିଠି ପ୍ରଦାନ କରାଯାଇଅଛି। ଦୀର୍ଘ ୧୮ ବର୍ଷଧରି ବିନା ସରକାରୀ ବେତନରେ ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରିଆସୁଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଗୁରୁତର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂଘ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଯଦି ଏହି ସମସ୍ୟାର ସମାଧାନ ନ ହେଲେ ସଂଘ ତରଫରୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଜଣାଇ ଦିଆଯାଇଛି।
ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସଂଯୋଜକ ଖଗେଶ୍ବର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିବାବେଳେ, ଏଥିରେ ନୈରୁତ ରଥ, ମଦନ ବିଶ୍ବାଳ,  ମାନସ ରଞ୍ଜନ ଆଶ୍ଚାର୍ଯ୍ୟ, ଲିଲିମା ରନବିଡା , ରଶ୍ମିତା ବିଶ୍ବାଳ, ଅରବିନ୍ଦ ଡିଲା, ସୀମା ବିଶ୍ବାଳ, ପ୍ରଜ୍ଞା ପାରମିତା ନାଥ, ସ୍ବାତି ଶର୍ମା,ବାବୁଲୁ ପଟେଲ ପ୍ରମୁଖ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର କାର୍ଯ୍ୟରତ କର୍ମଚାରୀମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.