Type Here to Get Search Results !

ଜାତୀୟ ସ୍ତରରେ ଝାରସୁଗୁଡ଼ା ପୋଲିସର ଗୌରବ: ‘୨୫ ଶ୍ରେଷ୍ଠ ପୋଲିସ କ୍ୟାପ୍ଟେନ୍ସ ୨୦୨୬’ରେ ଏସ୍‌ପି ରାଘବେନ୍ଦ୍ର

 

ଝାରସୁଗୁଡ଼ା: 

ଜାତୀୟ ସ୍ତରରେ ଝାରସୁଗୁଡ଼ା ପୋଲିସକୁ ମିଳିଛି ନୂଆ ପରିଚୟ। ଝାରସୁଗୁଡ଼ା ଏସ୍‌ପି ଶ୍ରୀ ରାଘବେନ୍ଦ୍ରଙ୍କୁ ପ୍ରତିଷ୍ଠିତ Fame India–Asia Post ପକ୍ଷରୁ କରାଯାଇଥିବା ଜାତୀୟ ସର୍ଭେରେ “25 Best Police Captains 2026” ଭାବେ ସ୍ୱୀକୃତି ମିଳିଛି।

ଆଇନ ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସୁରକ୍ଷା ସହ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼ କରିବା ଦିଗରେ ତାଙ୍କର ନେତୃତ୍ୱ ଓ ପ୍ରତିବଦ୍ଧତାକୁ ଏହି ସମ୍ମାନରେ ସ୍ୱୀକୃତି ଦିଆଯାଇଛି।

ଏହି ଜାତୀୟ ସ୍ୱୀକୃତି ଝାରସୁଗୁଡ଼ା ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ। ଏସ୍‌ପି ରାଘବେନ୍ଦ୍ରଙ୍କ ଉତ୍କୃଷ୍ଟ ପୋଲିସ ନେତୃତ୍ୱ ମାଧ୍ୟମରେ ଝାରସୁଗୁଡ଼ାର ନାମ ଜାତୀୟ ସ୍ତରରେ ପହଞ୍ଚିବା ସହ ଜିଲ୍ଲାବାସୀଙ୍କ ମଧ୍ୟରେ ଗୌରବ ଓ ଆନନ୍ଦର ଭାବନା ସୃଷ୍ଟି ହୋଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.