ସୁନ୍ଦରଗଡ଼ :
ସୁନ୍ଦରଗଡ଼ ଲୁହୁରାଢିପା ବସଷ୍ଟାଣ୍ଡରେ ବସ ଚାପାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଏହି ଦୁର୍ଘଟଣା। OD-10W-0069 ନମ୍ବର ବିଶିଷ୍ଟ ‘ଶତାବ୍ଦୀ’ ଯାତ୍ରୀବାହୀ ବସ ଚାପାରେ ଘଟଣାସ୍ଥଳରେ ହିଁ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ସହ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଟାଉନ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପୋଲିସ ମୃତଦେହକୁ ଜବତ କରି ମର୍ଗ ହାଉସକୁ ପଠାଇବା ସହ ବସକୁ ଜବତ କରିଛି। ଏହାସହ ବସ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବସର ଅତ୍ୟଧିକ ବେଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣାର କାରଣ ନେଇ ପ୍ରଶାସନ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ଜଣାପଡ଼ିନଥିବା ବେଳେ, ସେ ଗତ କିଛିଦିନ ଧରି ଅଞ୍ଚଳରେ ବୁଲାବୁଲି କରି ମାଗିଯାଚି ଜୀବନଯାପନ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁନ୍ଦରଗଡ଼ରୁ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ

