ଭୁବନେଶ୍ୱର :
ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ। ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି ଅଜିତ।
ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ। ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି ଅଜିତ। ସୂଚନା ଅନୁସାରେ, ୨୦୨୪ ମସିହାରେ ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଅଜିତଙ୍କ ନାଁରେ ଏତଲା ଦେଇଥିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ।
ଦିଲ୍ଲୀ ତୋଗଲକ ଥାନାରେ ଠକେଇ ନେଇ ଦ୍ବାରସ୍ଥ ହୋଇଥିଲେ ସୁଜିତ କୁମାର। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ବେ ଅଜିତ ହାଜର ହୋଇନଥିଲେ। ସେଥିପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତଙ୍କୁ ପଳାତକ ଘୋଷଣା କରିଥିଲେ । ୱାରେଣ୍ଟ ବଳରେ ଅଜିତଙ୍କୁ ନୟାପଲ୍ଲୀ ଘରୁ ଗିରଫ କରିଛି ପୋଲିସ । ଅଜିତଙ୍କ ବାପା ନୃସିଂହ ସାହୁ ବିଜେଡି ସରକାରରେ ପରିବହନ ମନ୍ତ୍ରୀ ଥିଲେ । ଭୁବନେଶ୍ୱରରୁ ଦୀପକ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

