ଘସିପୁରା:
ଦୀର୍ଘଦିନ ଧରି ଜାରି ରହିଥିବା ଗିରଫ ପରୱାନା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ସଫଳତା ହାସଲ କରିଛି କେନ୍ଦୁଝର ଜିଲ୍ଲା ଘସିପୁରା ପୋଲିସ। ଗତକାଲି ପୋଲିସ ଚଢ଼ାଉ କରି ବେଲବାହାଳି ଗାଁର ୫୫ ବର୍ଷୀୟ ସୁରେଶ କୁମାର ପଣ୍ଡାଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ସୁରେଶଙ୍କ ନାମରେ ୨୦୨୪ ମସିହାରୁ ଏକ ନନ୍-ବେଲେବଲ୍ ୱାରେଣ୍ଟ (NBW) ଜାରି ହୋଇଥିଲା। NBW-1, CC No. 24/20/2018 ମାମଲାରେ ତାଙ୍କ ବିରୋଧରେ ଏହି ପରୱାନା ଜାରି ହୋଇଥିବା ଜଣାପଡ଼ିଛି।
ପରୱାନା ଜାରି ହେବା ପରଠାରୁ ସୁରେଶଙ୍କୁ ଧରିବା ପାଇଁ ଘସିପୁରା ପୋଲିସ ତଦନ୍ତ ଓ ଚଢ଼ାଉ ଜାରି ରଖିଥିଲା। ଶେଷରେ ଗତକାଲି ତାଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଗିରଫ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପ୍ରକ୍ରିୟା ଜାରି ରହିଛି।

