Type Here to Get Search Results !

ବର୍ଷାରେ ଦୟନୀୟ ଲାଞ୍ଜିଗଡ଼ ରାସ୍ତା: ପାଣି-କାଦୁଅରେ ଭର୍ତ୍ତି, ଯାତାୟାତ ପାଇଁ ହନ୍ତସନ୍ତ ଲୋକେ

ଲାଞ୍ଜିଗଡ :

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଭୂର୍ଟିଗଡ ପଞ୍ଚାୟତ ସ୍ଥିତକୋଟଡି ଗାଁ ରୁ କମର୍ଦ୍ଦା ପଞ୍ଚାୟତ ର ପିପଲପଡା ଗାଁ ରେ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ବର୍ତ୍ତମାନ ବର୍ଷା ଦିନେ ଦୟନୀୟ ଅବସ୍ଥାରେ।‌ଏହି ମୂଖ୍ୟ ରାସ୍ତା ଟୀ କନ୍ଧମାଳ ଜିଲ୍ଲା ରୁ କଳାହାଣ୍ଡି ର ନରଲା ମୂଖ୍ୟ ରାସ୍ତା କୁ ସଂଯୋଗ କରୁଅଛି।‌ ଏହି ରାସ୍ତା ଦେଇ ଭୂର୍ଟିଗଡ ପଞ୍ଚାୟତ ର ମେରଡିକୁପା,କାଦମକ୍ସା,ଜାନକିପଦର,ପାଳକି, ଶିରି ଗାଁ,କୋଟଡି,ମହିନାଲ,ଶିଖରଗୁଡା, କନ୍ଧମାଳ ଜିଲ୍ଲା ସହ ସଂଯୋଗ କରୁଥିବା ରୁ ଦୈନିକ ଏହୀ ରାସ୍ତା ଦେଇ ନରଲାଓ ଭବାନିପାଟଣା ସଦର କୁ ନିଜ କାର୍ଯ୍ୟ ପାଇଁ ଯାତାୟତ କରନ୍ତି। ଅନେକ ସମୟରେ ରାସ୍ତା ଖରାପ ହେତୁ ଦୁର୍ଘଟଣା ମାନ ଘଟୁଛି। ନରଲା ମୂଖ୍ୟ ଚିକିତ୍ସାଳୟ ରେ ରୋଗି କୁ ଆଣି ବା ପାଇଁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଆମ୍ବୁଲାନ୍ସ ଯିବାପାଇଁ ବହୁତ ଅସୁବିଧା ମାନ ସାମ୍ନା କରିବାକୁ ପଡୁଛି।ଯାହା ଫଳରେ ରୋଗୀ ଟିଏ ଠିକ୍ ସମୟରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛୀ।ଓ ଅନେକ ସମୟରେ ରାସ୍ତା ର ଖରାପ ପରିସ୍ଥିତିରେ ରୋଗି ମୃତ୍ୟୁ ମୁଖରେ ସମ୍ମୂଖିନ ହେବାକୁ ପଡୁଛି।ଏଣୁ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଏହି ଅଞ୍ଚଳ ବାସୀ ଦାବି କରିଛନ୍ତି।‌ ବର୍ତ୍ତମାନ ବର୍ଷା ଦିନ ହେତୁ ରାସ୍ତା କିଛି ମରାମତି କରିବାପାଇଁ ଅଞ୍ଚଳ ବାସୀ ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ରୁ ଥବିର ପିତ୍ରଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.