Type Here to Get Search Results !

ବୁର୍ଲାରେ ଦିନଦ୍ୱିପ୍ରହରେ ଗୁଳିକାଣ୍ଡ, ମାଂସ ବ୍ୟବସାୟୀ ମୃତ, ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଗିରଫ

 

ବୁର୍ଲା/ସମ୍ବଲପୁର : 

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ନିକଟରେ ଦିନଦ୍ୱିପ୍ରହରେ ଘଟିଛି ଭୟାନକ ଗୁଳିକାଣ୍ଡ। ପୂର୍ବ ଶତ୍ରୁତା ଓ ବ୍ୟକ୍ତିଗତ ମନୋମାଳିନ୍ୟକୁ କେନ୍ଦ୍ର କରି ଜଣେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତକ ହେଲେ ବୁର୍ଲା ଅଞ୍ଚଳର ଏମଡି ଅନିଶ। ତାଙ୍କୁ ୪ ରାଉଣ୍ଡ ଗୁଳି କରାଯାଇଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ବୁର୍ଲା ପୋଲିସ ତାଙ୍କୁ ପିଛା କରି କାବୁ କରିଥିଲା। ଗିରଫ ଅଭିଯୁକ୍ତ ଝାରସୁଗୁଡ଼ା ମଙ୍ଗଳା ବଜାର ଅଞ୍ଚଳର ରାଜା ସ୍ୱାମୀ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି। ତାଙ୍କ ନିକଟରୁ ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ବୁର୍ଲା ଥାନାରେ ରଖି ପୋଲିସ ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଅନିଶ ଓ ରାଜା ଗୋଟିଏ ଘରେ ଭଡ଼ାରେ ରହୁଥିଲେ। କିଛିଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଆଜି ରାଜା ଏକ ଅଟୋରେ ଆସି ଅନିଶଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ଦୁଇଜଣ ଅତିରିକ୍ତ ଏସ୍‌ପି, ବୁର୍ଲା ଏସ୍‌ଡିପିଓ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ପୋଲିସର କହିବାନୁସାରେ, ଏହା ବ୍ୟକ୍ତିଗତ ବିବାଦଜନିତ ଘଟଣା। ସାଧାରଣ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.