ଝାରସୁଗୁଡା :
ନାବ ଦାସ ଫାଉଣ୍ଡେସନ ପକ୍ଷରୁ ବ୍ରୁନ୍ଦାମାଳସ୍ଥିତ ସ୍ପେଶାଲ ସ୍କୁଲ୍ରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍କୁଲ୍ର ୮୭ ଜଣ ଶ୍ରବଣ ଓ ବାକ୍ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଛି।
ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ନବ ଦାସଙ୍କ ଧର୍ମପତ୍ନୀ ମିନତୀ ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ସେ ଭାବ ବିନିମୟ କରିବା ସହ ସେମାନଙ୍କ ଶିକ୍ଷା, ଉନ୍ନତି ଓ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।
କାର୍ଯ୍ୟକ୍ରମରେ ରାଣୀ ହାତୀ, ଚିତ୍ରେଣୀ ପଟେଲ, ହରିଶ ଗଣାତ୍ରା, ଶଶୀ ତିୱାରୀ, ପିଣ୍ଟୁ ପାଢ଼ୀ, ରଘୁମଣି ପଟେଲ, ଦାମୋଦର ନାଥ, ଦିଗମ୍ବର ଭୋଇ, ମଦନ ହାତୀ, ପବନ ସିଂହ ଯାଦବ, ଶିବାଶିଷ ପଟ୍ଟନାୟକ, ସୁଭାଷ କେଡିଆ, ନବନୀତ କୌର, ଦୀପା ନାୟକ, ରୁବିନା ଖାନ ଓ ଗୀତାଞ୍ଜଳି ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ସମାଜର ସହଯୋଗ ଓ ସମ୍ବେଦନଶୀଳତା ବଢ଼ାଇବାରେ ଏଭଳି କାର୍ଯ୍ୟକ୍ରମ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।

