ଝାରସୁଗୁଡ଼ା :
ଝାରସୁଗୁଡ଼ା ଜିଲ୍ଲା ପୋଲିସ ପାଇଁ ଆସିଛି ଗୌରବର ଖବର। ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଭାରତର ୧୦୦ ଶ୍ରେଷ୍ଠ ପୋଲିସ ମୁଖ୍ୟଙ୍କ ମଧ୍ୟରେ ସ୍ଥାନ ମିଳିଛି। Fame India ଓ Asia Post ପକ୍ଷରୁ ପ୍ରକାଶିତ ତାଲିକାରେ ତାଙ୍କୁ ସାମିଲ କରାଯାଇଛି।
ପ୍ରଭାବଶାଳୀ ନେତୃତ୍ୱ, ଅପରାଧ ନିୟନ୍ତ୍ରଣ, ନାଗରିକ କେନ୍ଦ୍ରିକ ପୋଲିସିଂ ଏବଂ ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ବିଶ୍ୱାସ ବଢ଼ାଇବା ଦିଗରେ ତାଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇଛି।
ଏହି ସ୍ୱୀକୃତି ଝାରସୁଗୁଡ଼ା ପୋଲିସର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କ ସହ ସମନ୍ୱୟକୁ ଏକ ନୂଆ ପରିଚୟ ଦେଇଛି। ଏସ୍ପି ରାଘବେନ୍ଦ୍ରଙ୍କ ଏହି ସମ୍ମାନ ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ମଧ୍ୟ ଖୁସି ପ୍ରକାଶ ପାଇଛି।

