Type Here to Get Search Results !

କଂଗ୍ରେସ କର୍ମୀଙ୍କ ଅଟକ ନେଇ ଏସ୍‌ପିଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ

 

ଝାରସୁଗୁଡା 

ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଗଣତାନ୍ତ୍ରିକ ଆନ୍ଦୋଳନ ଓ କାର୍ଯ୍ୟକ୍ରମ ସମୟରେ କଂଗ୍ରେସ କର୍ମୀଙ୍କୁ ବାରମ୍ବାର ପୋଲିସ ଅଟକ ରଖୁଥିବା ଅଭିଯୋଗକୁ ନେଇ ଜିଲ୍ଲା କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିଛି। ଜିଲ୍ଲା ସଭାପତି ଜୀବନ ସାର୍ଥକଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଝାରସୁଗୁଡ଼ା ଏସ୍‌ପିଙ୍କୁ ସାକ୍ଷାତ କରି ଏନେଇ ଆଲୋଚନା କରିଥିଲେ।

ବିଶେଷକରି କଂଗ୍ରେସ ନେତା କହେଁୟା କୁମାରଙ୍କ ଗସ୍ତ ସମୟରେ କର୍ମୀଙ୍କୁ ଅଟକ ରଖାଯାଇଥିବା ନେଇ ଦଳ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଓ ଦାବି ଉପସ୍ଥାପନ କରିବା ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ବୋଲି କଂଗ୍ରେସ କହିଛି। ଆଇନଶୃଙ୍ଖଳା ରକ୍ଷା ସହ ଅନାବଶ୍ୟକ ଅଟକଦାରୀ ବନ୍ଦ ଏବଂ ଭବିଷ୍ୟତରେ ପୋଲିସ-କଂଗ୍ରେସ ମଧ୍ୟରେ ସମନ୍ୱୟ ରଖିବାକୁ ଦାବି କରାଯାଇଛି। ଏହି ସମୟରେ ଭରତ ଅବସ୍ତି, ସୁବ୍ରତ ପ୍ରଧାନ, ପ୍ରଶାନ୍ତ ତ୍ରିପାଠୀ, ଦେବାନନ୍ଦ ବାରିକଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.