Type Here to Get Search Results !

ଜୀନା ଇସିକା ନାମ ହେ ର ଦଶମ ବାର୍ଷିକ ପ୍ରତିଷ୍ଠା ଉତ୍ସଵ

 

ଝାରସୁଗୁଡ଼ା : 

ବୃନ୍ଦାମାଲ ସ୍ଥିତ ସ୍ୱତନ୍ତ୍ର ବଧିର ଓ ମାନସିକ ଅନାଗ୍ରସର ବିଦ୍ୟାଳୟ ପରିସରରେ ଝାରସୁଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ 'ଜୀନା ଇସିକା ନାମ ହେ' ର ଦଶମ ବାର୍ଷିକ ପ୍ରତିଷ୍ଠା ଉତ୍ସଵ ମହାସମାରୋହରେ ପାଳିତ ହୋଇଥିଲା। ଏଥିରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସମସ୍ତ ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଗଣ ଅଂଶ ଗ୍ରହଣ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ କେକ କଟାଯାଇଥିଲା। ପ୍ରତିଷ୍ଠା ଉତ୍ସବ ସଭାରେ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାମାନେ ଅନୁଷ୍ଠାନର କଲ୍ୟାଣଭିମୁଖୀ କାର୍ଯ୍ୟକ୍ରମକୁ ଆହୁରି ସୁଦୂର ପ୍ରସାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଦଶମ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ 'ଜୀନା ଇସିକା ନାମ ହେ' ଚାରିଟାବଲ୍ ଟ୍ରଷ୍ଟ ପକ୍ଷରୁ ପରିବେଶ ସୁରକ୍ଷା ଓ ସବୁଜିମା ବିସ୍ତାର ଉଦ୍ଦେଶ୍ୟରେ ଏକ ବିଶେଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଅନୁଷ୍ଠାନର କାର୍ଯ୍ୟାଳୟ ପରିସର ତଥା ବୃନ୍ଦାମାଲ ଗ୍ରାମରେ ସଦସ୍ୟ/ସଦସ୍ୟାମାନେ ମିଳିତ ଭାବେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସଦସ୍ୟମାନେ କହିଥିଲେ ଯେ, ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ଛାଡ଼ିଯିବା ମଧ୍ୟ ସେମାନଙ୍କର ସାମାଜିକ ଦାୟିତ୍ୱର ଏକ ଅଙ୍ଗ ଅଟେ ।

ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ନିସ୍ଵାର୍ଥପର ସେବା, ପିଲାମାନଙ୍କ ପ୍ରତି ଯତ୍ନ ଓ ସୁରକ୍ଷା, ଶିକ୍ଷା ସେବାକୁ ଭୁୟସୀ ପ୍ରଶଂସା କରିବା ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଭିନ୍ନକ୍ଷମ ଅବୋଧ ଶିଶୁମାନଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କର ବିକାଶ ପଥରେ ପଥିକ ସାଜି 'ଜୀନା ଇସିକା ନାମ ହେ' ର ସଦସ୍ୟ/ସଦସ୍ୟାମାନେ ଅହରହ କାମକରି ଚାଲିଛନ୍ତି। ବିଦ୍ୟାଳୟର ପ୍ରତ୍ୟେକ ଉତ୍ସବ, ପର୍ବ ପର୍ବାଣୀରେ ପରିବାର ଲୋକ ଭଳି ସାମିଲ ହୋଇ ଭଲ ପାଇବା ଦେଇଛନ୍ତି ଓ ପିଲାମାନଙ୍କୁ ଯତ ପରୋନାସ୍ତି ଆନୁସାଙ୍ଗିକ ସେବା ସୁବିଧା ମଧ୍ୟ ଯୋଗେଇ ଆସୁଛନ୍ତି। ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକୁ ବିଦ୍ୟାଳୟ ତରଫରୁ ଭୁୟସୀ ପ୍ରଶଂସା କରାଯାଇଥିଲା।

"ଜୀନା ଇସିକା ନାମ ହେ" ଅର୍ଥାତ ପ୍ରକୃତରେ ବଞ୍ଚିବାର ଅସଲ କଳା ହେଉଛି ନିରୀହ, ନିଃସ୍ପେଶିତ, ଅବହେଳିତ, ଭିନ୍ନକ୍ଷମ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା, ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାର ସୁଯୋଗ ପ୍ରଦାନ କରିବା, ହିଁ ଜୀନା ଇସକା ନାମ ହେ ର ମୂଳ ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟକୁ ସଠିକ ଭାବେ ନିର୍ବାହ କରି ଅନୁଷ୍ଠାନ ଦଶମ ବର୍ଷରେ ପାଦ ଥାପିଛି। ଶେଷରେ ସାଂସ୍କୃତିକ ଆସର ବେଶ ଜମିଥିଲା। ସଂଗୀତର ତାଳେ ତାଳେ ସଭିଏଁ ଝୁମି ଥିଲେ। ପିଲାମାନଙ୍କର ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା। ସର୍ବଶେଷରେ ପିଲାମାନଙ୍କୁ ଖାଦ୍ୟ ପ୍ୟାକେଟ, ଚକୋଲେଟ, ବିସ୍କୁଟ, ସେଓଭୂଜିଆ, ଏବଂ ପ୍ରତ୍ୟେକ ଛାତ୍ର, ଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ବଂଶୀ ପ୍ରଦାନ କରାଯାଇଥିଲା। ପିଲାମାନେ ବଂଶୀ ବାଦନ କରି ମନୋରଞ୍ଜନର ଭରପୁର ମଜା ଉଠେଇଥିଲେ। ତାହାପରେ ମଞ୍ଚକୁ ସ୍ଥଗିତ ରଖାଯାଇଥିଲା। ବିଦାୟ ବେଳର ଭାବ ବିହ୍ଵଳ ବେଶ ଆକର୍ଷଣୀୟ ଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.