Type Here to Get Search Results !

ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା : ରାଜସ୍ୱ ମନ୍ତ୍ରୀ

 

ଭୁବନେଶ୍ୱର :

ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍ଥାନରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇସାରିଛି, ସେଠାରେ ସରକାରୀ ଟିମ୍ କ୍ଷୟକ୍ଷତିର ସର୍ଭେ କାମ ଆରମ୍ଭ କରିଛନ୍ତି। ଆକଳନ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଘର ପାଇଁ ପ୍ରଭାବିତ ପରିବାରକୁ ୧ ଲକ୍ଷ ୨୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାଛଡ଼ା କୃଷି ଜମି, ଫସଲ ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି। ଏହି କାର୍ଯ୍ୟରେ କୃଷି ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ନିୟୋଜିତ ରହିଛନ୍ତି। ଆକଳନ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.