Type Here to Get Search Results !

ଧାମନଗର ବ୍ଲକରେ ୫ ଦିନ ପରେ ନିଖୋଜ ବାହୁକାଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

 

ଭଦ୍ରକ :

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବାହୁକା ନାମକ ଜଣେ ବ୍ୟକ୍ତି ୫ ଦିନ ଧରି ନିଖୋଜ ଥିବା ବେଳେ ଓଡ୍ରାଫ୍ ଟିମ୍ ତାଙ୍କୁ ସଫଳତାର ସହ ଉଦ୍ଧାର କରିଛି। ଓଡ୍ରାଫ୍ ଟିମ୍ ବଜାପତି ପଡ଼ିଆ ଅଞ୍ଚଳରୁ ବାହୁକାଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଇଛି। ସେଠାରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବନ୍ୟା ପରିସ୍ଥିତି ମଧ୍ୟରେ ଦୀର୍ଘ ୫ ଦିନ ପରେ ନିଖୋଜ ବାହୁକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଓଡ୍ରାଫ୍ ଟିମର ତ୍ୱରିତ ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ଭଦ୍ରକ ରୁ ଶୁଭ୍ରଜିତ ପାଲ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.