Type Here to Get Search Results !

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଙ୍କ ଇସ୍ତଫା

 

ଭୁବନେଶ୍ୱର :

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ପଷ୍ଟ କରିଛନ୍ତି। ଡିଜିପିଙ୍କ କହିବା ଅନୁଯାୟୀ, ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଜଗମୋହନ ମୀନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କ ଇସ୍ତଫା ପଛରେ କୌଣସି ପ୍ରଶାସନିକ କିମ୍ବା ଅନ୍ୟ କାରଣ ନଥିବା ବିଷୟକୁ ମଧ୍ୟ ଡିଜିପି ସ୍ପଷ୍ଟ କରିଛନ୍ତି।

ଜଗମୋହନ ମୀନା ଭୁବନେଶ୍ୱର ଡିସିପି ଭାବେ ରାଜଧାନୀର ଆଇନ-ଶୃଙ୍ଖଳା ବ୍ୟବସ୍ଥାର ଦାୟିତ୍ୱ ସମ୍ଭାଳୁଥିଲେ। ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଓ ଗଞ୍ଜାମ ଏସ୍‌ପି ଭାବେ କାର୍ଯ୍ୟ କରି ସଫଳ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଥିଲେ। ବିଭିନ୍ନ ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ଓ ଆଇନ-ଶୃଙ୍ଖଳା ପରିଚାଳନାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ।

ଡିସିପିଙ୍କ ଇସ୍ତଫା ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ମହଲରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲେ ମଧ୍ୟ ଡିଜିପି ୱାଇ. ବି. ଖୁରାନିଆ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି। ସେହିପରି ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ସୂଚନା ମଧ୍ୟ ଡିଜିପି ଦେଇଛନ୍ତି। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.