Type Here to Get Search Results !

ବନ୍ୟା ଓ ଲଗାଣ ବର୍ଷା ପ୍ରଭାବ: ଜୁଲାଇ ୩୧ରେ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

 

ଭଦ୍ରକ : 

ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତି ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଆସନ୍ତାକାଲି, ଜୁଲାଇ ୩୧ ତାରିଖ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ବନ୍ଦ ରହିବ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛୁଟି ଘୋଷଣା କରାଯାଇଛି। ବର୍ଷା ଜାରି ରହିବା ସହ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ସ୍ଥିତି ଦେଖାଦେଇଥିବାରୁ ପିଲାମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବିଦ୍ୟାଳୟରେ ପାଠପଢ଼ା ସ୍ଥଗିତ ରହିବା ସତ୍ତ୍ୱେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସଜାଗ ରହିବେ। ଜରୁରୀ ପରିସ୍ଥିତିରେ ପ୍ରଶାସନର ଆବଶ୍ୟକତା ଅନୁସାରେ ସେମାନଙ୍କୁ ତୁରନ୍ତ ଦାୟିତ୍ୱ ଦିଆଯାଇପାରେ।

ଗତ କିଛି ଦିନ ଧରି ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ପାଣି ଜମିବା ସହ ନଦୀ ଓ ନାଳାର ଜଳସ୍ତର ବୃଦ୍ଧି ପାଇଛି। ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମଧ୍ୟ ଅନାବଶ୍ୟକ ଭାବେ ବାହାରକୁ ନଯିବା ସହ ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.