ସୁନ୍ଦରଗଡ଼ :
ଜୁନ ୨୯ ତାରିଖ ସୋମବାର ଦିନ ଭଷ୍ମା ଥାନା ଅନ୍ତର୍ଗତ ସୀଙ୍ଗେନମୁଣ୍ଡା ନିକଟରେ ଏକ କାର ଦୁର୍ଘଟଣା କେତେବେଳେ ଘଟିଛି ତାହା ସଠିକ ଭାବେ ଜଣା ପଡ଼ି ନାହିଁ। ତେବେ କେହି ଜଣେ ଭଷ୍ମା ପୋଲିସକୁ ସକାଳ ୫:୩୦ ପାଖାପାଖି ସମୟରେ ସୂଚନା ଦେବା ପରେ ଭଷ୍ମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଦ୍ୱାରା ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଏନ ଟି ପି ସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇବା ସହ ଶବକୁ ଜବତ କରିଛି। ତେବେ ଏବେ ବି ଘଟଣା ସ୍ଥଳରେ ଦୁର୍ଘଟଣା ଗ୍ରସ୍ତ କାର ଜେଏଚ -୦୪ଏଫ- ୮୬୩୯ ପଡ଼ି ରହିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଚାଳକର ଆଖି ଲାଗିଯାଇ ଥାଇ ପାରେ କିମ୍ୱା ସେ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉ ଥିବା କଥା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

