ସାଉଦି ଆରବ / ନୂଆଦିଲ୍ଲୀ :
ସାଉଦି ଆରବରେ ବର୍ତ୍ତମାନ ବିଦ୍ୟମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି। ସାଉଦି ଆରବରେ ବସୋବାସ କରୁଥିବା କିମ୍ବା କାର୍ଯ୍ୟରତ ଭାରତୀୟମାନଙ୍କୁ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶ ଓ ନିୟମାବଳୀକୁ କଡାକଡି ଭାବେ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।
ଦୂତାବାସର ବିଜ୍ଞପ୍ତି ଅନୁଯାୟୀ, ରିୟାଦରେ ଥିବା ଭାରତୀୟ ଦୂତାବାସ ଏବଂ ଜେଦ୍ଦାର ଭାରତୀୟ କନସୁଲେଟ୍ ସାଧାରଣ ଭାବେ କାର୍ଯ୍ୟରତ ଅଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆବଶ୍ୟକତା ପଡ଼ିଲେ ଅଧିକ ସୂଚନା ଓ ପରାମର୍ଶ ଜାରି କରାଯିବ ବୋଲି କୁହାଯାଇଛି।
ଜରୁରୀ ପରିସ୍ଥିତି ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ସେଗୁଡିକ ହେଲା —
📞 00-966-11-4884697
📱 00-966-542126748 (ହ୍ୱାଟସ୍ଆପ୍ ମାତ୍ର)
☎️ 800 247 1234 (ଟୋଲ୍-ଫ୍ରି)
📧 ଇ-ମେଲ୍: cw.riyadh@mea.gov.in
ସମସ୍ତ ଭାରତୀୟ ନାଗରିକଙ୍କୁ ଅଫବାହରୁ ଦୂରେ ରହିବା ସହିତ ନିଶ୍ଚିତ ସୂତ୍ରରୁ ମାତ୍ର ସୂଚନା ଗ୍ରହଣ କରିବାକୁ ଦୂତାବାସ ପକ୍ଷରୁ ଅନୁରୋଧ କରାଯାଇଛି।

