୮ ତାରିଖରେ ଭାରତ–ନ୍ୟୁଜିଲାଣ୍ଡ ମହାମୁକାବିଲା
ଟି–୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାଜିତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ରୋମାଞ୍ଚକ ମ୍ୟାଚ୍ରେ ଶେଷ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖାଯାଇଥିଲା। ତେବେ ଭାରତୀୟ ବୋଲରମାନଙ୍କ ଶେଷ ଓଭରର ଦମଦାର ପ୍ରଦର୍ଶନରେ ଦଳ ଜୟ ସୁନିଶ୍ଚିତ କରିଥିଲା।
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ୍ର ବଡ଼ ସ୍କୋର କରିଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ଦରୁଣ ବ୍ୟାଟିଂ କରି ୮୯ ରନ୍ କରିଥିବା ବେଳେ ଶିଭମ ଦୁବେ ୪୩ ଓ ଇଶାନ କିଶନ ୩୯ ରନ୍ ଯୋଗାଇଥିଲେ। ଏହାସହ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ଓ ତିଲକ ବର୍ମା ୨୧ ରନ୍ କରି ଦଳକୁ ଶକ୍ତିଶାଳୀ ସ୍କୋର ପହଞ୍ଚାଇଥିଲେ।
୨୫୪ ରନ୍ର ଟାର୍ଗେଟ୍ ନେଇ ମାଇଦାନକୁ ନାମିଥିବା ଇଂଲଣ୍ଡ ମଧ୍ୟ ଜୋରଦାର ଲଢ଼ାଇ ଦେଖାଇଥିଲା। ଇଂଲଣ୍ଡ ପକ୍ଷରୁ ଜାକବ ବେଥେଲ ଅଦ୍ଭୁତ ଶତକ ହାସଲ କରି ଦଳକୁ ଜୟ ନିକଟକୁ ନେଇଥିଲେ। ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ସହଯୋଗ ନ କରିପାରିବାରୁ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୨୪୬ ରନ୍ରେ ସୀମିତ ରହିଗଲା।
ଏହି ଜୟ ସହିତ ଭାରତ କ୍ରମାଗତ ଭାବେ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୮ ତାରିଖରେ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବ। କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚ୍କୁ ନେଇ ବହୁତ ଉତ୍ସାହିତ

