Type Here to Get Search Results !

ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ: ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଆଞ୍ଚଳିକ ପରିବହନ ଅଧିକାରୀ


ଝାରସୁଗୁଡ଼ା :-

ସାରା ରାଜ୍ୟରେ ପାଳିତ ହେଉଥିବା "ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୬" ଉପଲକ୍ଷେ ଆଜି ସ୍ଥାନୀୟ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଝାରସୁଗୁଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସାଧାରଣ ଜନତାଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବା।

ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଟ୍ରାଫିକ ସଙ୍କେତ, ହେଲମେଟ ଓ ସିଟ୍ ବେଲ୍ଟର ବ୍ୟବହାର ଏବଂ ସଡ଼କ ନିରାପତ୍ତା ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷ କରି କିଶୋର ଅବସ୍ଥାରେ ଗାଡ଼ି ଚାଳନାର ବିପଦ ଏବଂ ଜୀବନ ରକ୍ଷାକାରୀ ସତର୍କତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମୁଦାୟ ୧୬୮ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ ପାଠ କରାଯାଇଥିଲା। ସଡ଼କ ସୁରକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ଏହି ଅଭିଯାନ ସାରା ମାସ ବ୍ୟାପୀ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.