Type Here to Get Search Results !

ଜିଲ୍ଲା ସାଂସ୍କୃତିକ ମହାକୁମ୍ଭ ‘ଦୁଲଦୁଲି ୨୦୨୬’ ଏବଂ ସ୍ୱଦେଶୀ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ


ଝାରସୁଗୁଡ଼ା :

 ଜିଲ୍ଲାର ପ୍ରସିଦ୍ଧ ପାଞ୍ଚ ଦିନିଆ ସାଂସ୍କୃତିକ ମହୋତ୍ସବ ‘ଦୁଲଦୁଲି-୨୦୨୬’ ଏବଂ ଏଥିସହିତ ଆୟୋଜିତ ସ୍ୱଦେଶୀ ଓ ପଲ୍ଲୀଶ୍ରୀ ମେଳା ଆଜି ଏକ ଭବ୍ୟ ଉଦଯାପନୀ ସମାରୋହ ସହ ସମାପ୍ତ ହୋଇଯାଇଅଛି। ଜିଲ୍ଲାର କଳା, ସଂସ୍କୃତି ଏବଂ ବାଣିଜ୍ୟକୁ ଏକ ନୂତନ ପରିଚୟ ଦେଇଥିବା ଏହି ୫ ଦିନିଆ କାର୍ଯ୍ୟକ୍ରମର ଅନ୍ତିମ ସନ୍ଧ୍ୟାରେ ଜନସମୁଦ୍ରର ସୁଅ ଛୁଟିଥିଲା ।

ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ,ଆଇଏଏସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ରାଘବେନ୍ଦ୍ର ରେଡ୍ଡୀ, ବିଭାଗୀୟ ବନଖଣ୍ଡ ଅଧିକାରୀ ଶ୍ରୀ ମନୁ ଅଶୋକ ଭଟ୍ଟ, ଆଇଏଏସ ପ୍ରୋବେସନର ଶ୍ରୀ ପ୍ରଜ୍ଞାନନ୍ଦନ ଗିରି ଏବଂ ଲାଇକେରା ବ୍ଲକର ଅଧ୍ୟକ୍ଷ ଶ୍ରୀ ସଞ୍ଜିତ କୁମାର ନାୟକ ସମ୍ମାନିତ ଅତିଥି ଏବଂ ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ଏହି ଅବସରରେ ମହୋତ୍ସବର ସଫଳ ଆୟୋଜନ ପାଇଁ ସହଯୋଗ କରିଥିବା ପ୍ରୟୋଜକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଏପ୍ସିଲନ୍ କାର୍ବନ କମ୍ପାନୀର ସିଏସଆର ମୁଖ୍ୟ ଶ୍ରୀମତୀ ଋତୁପର୍ଣ୍ଣା ଦେ, ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡର ପ୍ଲାଣ୍ଟ ହେଡ୍ ଶ୍ରୀ ଚରଣ କୁମାର ଜେନା, ଏନଟିପିସି ଦର୍ଲିପାଲିର ଜେନେରାଲ ମ୍ୟାନେଜର ଶ୍ରୀ ରବୀନ୍ଦ୍ର ଶର୍ମା ଏବଂ ଟିଆରଏଲ କ୍ରୋସାକିର ଉପ-ସଭାପତି ଶ୍ରୀ ସୁଶାନ୍ତ କୁମାର ଦାସ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏଥିସହ ଝାରସୁଗୁଡ଼ା ଉପରେ ଆଧାରିତ ଝାରସୁଗୁଡ଼ା ଗାଥା ସଙ୍ଗୀତର ସ୍ରଷ୍ଟା ଶ୍ରୀମତୀ ମନ୍ଦାକିନୀ ଶତପଥୀ, ଆର୍.ଏସ ଏକାଡେମୀର ଶ୍ରୀମତୀ ରାଜଶ୍ରୀ ତ୍ରିପାଠୀ ତଥା ତାଙ୍କ ସହଯୋଗୀ ଏଇତ ଜୀବନ ଫାଉଣ୍ଡେସନର ଶ୍ରୀମତୀ ସୁଜାତା ମିଶ୍ର ଏବଂ ଅଭିନବ କଳା ମନ୍ଦିରର ଶ୍ରୀ ମଳୟ ବିହାରୀ ନାୟକ ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ମହୋତ୍ସବର ଶେଷ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ସାଜିଥିଲେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ତାଙ୍କର ସଙ୍ଗୀତ ଜାଦୁରେ ସମଗ୍ର ପେଣ୍ଡାଲ ଉଲ୍ଲସିତ ହୋଇଥିଲା । ଏଥିସହ ଡ୍ରୋନ୍ ଲେଜର ଶୋ’ ମାଧ୍ୟମରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଭବ୍ୟ ପ୍ରଦର୍ଶନ କରାଯାଇଥିଲା। ପାରମ୍ପରିକ କିସାନ ନୃତ୍ୟ, ଝୁମର ନାଚ ଏବଂ ପଶ୍ଚିମବଙ୍ଗର ବିଶ୍ୱପ୍ରସିଦ୍ଧ ପୁରୁଲିଆ ଛଉ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସାମର ଶାସ୍ତ୍ରୀୟ ସତ୍ରିୟା ଓ ଆସାମୀଜ୍ ଫ୍ୟୁଜନ ସାଙ୍ଗକୁ ରାଜସ୍ଥାନର ଲୋକପ୍ରିୟ ଘୁମର ଓ କାଲବେଲିଆ ଏବଂ ଜମ୍ମୁର ଗୀତଡୁ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.