Type Here to Get Search Results !

ଝାରସୁଗୁଡ଼ା ଜିଲ୍ଲା ଉପ-ନିବନ୍ଧକ ଭାବେ ଶ୍ରୀ ସୁମନ ନାଏକଙ୍କ କାର୍ଯ୍ୟଭାର ଗ୍ରହଣ

 


ଝାରସୁଗୁଡ଼ା : 

ଜିଲ୍ଲା ଉପ-ନିବନ୍ଧକ ତଥା ବିବାହ ପଞ୍ଜିକରଣ ଅଧିକାରୀ ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସୁମନ ନାଏକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୨୨ ବ୍ୟାଚ୍‌ର ଏହି ଦକ୍ଷ ପ୍ରଶାସକ ଗତ ୨୧ ଜାନୁୟାରୀ ୨୦୨୬ ରିଖରେ ଆନୁଷ୍ଠାନିକ ଭାବେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଶ୍ରୀ ନାଏକ କହିଛନ୍ତି ଯେ, "ଝାରସୁଗୁଡ଼ା ଜିଲ୍ଲାର ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ ସହିତ ଜଡ଼ିତ ବିଭିନ୍ନ ସରକାରୀ ସେବା, ଜମି ପଞ୍ଜିକରଣ ଏବଂ ବିବାହ ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ମୋର ପ୍ରାଥମିକତା ରହିବ। ସାଧାରଣ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶୀଘ୍ର ସେବା ପାଇପାରିବେ, ସେଥିପାଇଁ ମୁଁ ନିଷ୍ଠାର ସହ କାର୍ଯ୍ୟ କରିବି।" ସୂଚନା ଅନୁସାରେ, ଶ୍ରୀ ନାଏକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ମୂଳ ନିବାସୀ। ସେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଜଣେ ମେଧାବୀ ଛାତ୍ର ଭାବେ ନିଜର ଶିକ୍ଷା ସମାପ୍ତ କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ପାଇଥିଲେ। ଏହି ଯୋଗଦାନ ପରେ ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତାଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.