ଭୁବନେଶ୍ୱର:
ଦେଶବ୍ୟାପୀ ବ୍ୟାଙ୍କ ହଡତାଳ ନେଇ ଗ୍ରାହକମାନଙ୍କ ପାଇଁ ସୂଚନା ଜାରି କରିଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ୨୬ ଜାନୁଆରୀ ୨୦୨୬ ମଧ୍ୟରାତ୍ରିରୁ ୨୭ ଜାନୁଆରୀ ୨୦୨୬ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମଗ୍ର ଦେଶରେ ବ୍ୟାଙ୍କ ହଡତାଳ ଆହ୍ୱାନ କରାଯାଇଛି।
ହଡତାଳ ସମୟରେ ଶାଖାଗୁଡ଼ିକର କାର୍ଯ୍ୟକଳାପ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଆବଶ୍ୟକୀୟ ସେବା ଯୋଗାଇବାକୁ ପ୍ରୟାସ ଚାଲିଥିବା କଥା SBI ସ୍ପଷ୍ଟ କରିଛି। ଗ୍ରାହକମାନଙ୍କୁ ନଗଦ ଆବଶ୍ୟକତା ପାଇଁ ATM/ADWM ବ୍ୟବହାର କରିବା, କଷ୍ଟମର ସର୍ଭିସ୍ ପଏଣ୍ଟ (CSP) ମାଧ୍ୟମରେ ସେବା ନେବା ସହିତ ଇଣ୍ଟରନେଟ୍ ବ୍ୟାଙ୍କିଂ, YONO, ମୋବାଇଲ ବ୍ୟାଙ୍କିଂ, UPI ଓ ଅନ୍ୟାନ୍ୟ ଡିଜିଟାଲ୍ ଚ୍ୟାନେଲ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ହଡତାଳ ଯୋଗୁଁ ସୃଷ୍ଟି ହେବାକୁ ଥିବା ଅସୁବିଧା ପାଇଁ SBI ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ଓ ଗ୍ରାହକମାନଙ୍କ ସହଯୋଗ ଆଶା କରାଯାଇଛି।


