ପିପିଲି:
ସାରା ଓଡ଼ିଶାରେ ଚଳିତ ବର୍ଷ ଗତ 6 ତାରିଖ ଠାରୁ 20 ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି. ଏହାରି ମଧ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସଚେତନ ସଭା ପୁରୀ ଜଳସେଚନ ବିଭାଜନ ଅନ୍ତର୍ଗତ ପିପିଲି ଜଳସେଚନ ଉପ ବିଭାଜନ ଅଧିନ ଶ୍ରକଣ୍ଠ ପୁର " ଆପେକ୍ସ ବିଲଡିଂ " ପରିସରରେ ଅନୁଷ୍ଠିତ ହୋଇ ଅଛି. ଏଥିରେ ମୁଖ୍ୟ ଅତିଥି ଭାବେ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଥିଲେ.ତାଙ୍କ ସହିତ ପୁରୀ ଜିଲ୍ଲା ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠ. ନିମାପଡା ଜଳ ସେଚନ ଅଧିକ୍ଷଣ ଯନ୍ତ୍ରୀ ପ୍ରିତମ ପୋଥାଳ. ପୁରୀ ଜିଲ୍ଲା କୃଷି ଅଧିକାରୀ ଏବଂ ଡ୍ରେନେଜ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସାମିଲି ରହି ଥିଲେ. ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ କୃଷି ଅଧିକାରୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଥିବା ବେଳେ ମାନ୍ୟବର ବିଧାୟକ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟ ରେ ଅଞ୍ଚଳର ଚାଷୀ ମାନଙ୍କୁ କେନାଲ ପାଣି ଯୋଗାଇ ଦେବା ଏବଂ ପାଣି ପଞ୍ଚାୟତ ଏକ ଚାଷି ମାନଙ୍କ ପାଇଁ ସୁ ସଂଗଠନ ବୋଲି ବକ୍ତବ୍ୟ ପ୍ରଦାନ କରି ଥିଲେ. ଏବଂ ପାଣି ପଞ୍ଚାୟତ ଜଳ ସମ୍ପଦ ବିଭାଗ କୁ ଏକ ସହାୟତା କରି ଚାଷି ମାନଙ୍କୁ ଚାଷର ଉର୍ନ୍ନତି ମାର୍ଗ ଦର୍ଶିକାବୋଲି ବିଧାୟକ ପ୍ରଶଂସିତ କରି ଥିଲେ. ଏହି ପକ୍ଷ ପାଳନ ଦିବରେ ପୁରୀ ଜିଲ୍ଲାର ସମସ୍ତ ସବ ଡିଭିଜନ. ସେକ୍ସନ ଅଫିସର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ. ସହକାରୀ ଯନ୍ତ୍ରୀ. କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଥିଲେ. ଏହି କାର୍ଯ୍ୟକ୍ରମ ନିମନ୍ତେ ପୁରୀ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସେଠ ଓ ନିମାପଡା ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପୋଥାଳଙ୍କ ନିର୍ଦେଶ ରେ ପିପିଲି ଜଳସେଚନ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ମାଝିଙ୍କ ଦ୍ୱାରା ଆୟୋଜନ କରାଯାଇ ଥିଲା.

