Type Here to Get Search Results !

ଝାରସୁଗୁଡ଼ାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ; ଚାଷୀଙ୍କୁ ବଣ୍ଟାଗଲା 'ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ


ଝାରସୁଗୁଡ଼ା : 

ଜିଲ୍ଲା କୃଷି ଅଧିକାରୀ, ଝାରସୁଗୁଡ଼ାଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ୨୦୨୫ ଉଦ୍ୟାପନ ସମାରୋହ ଆୟୋଜିତ ହୋଇଯାଇଅଛି। 

ଏହି ଅବସରରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନନ୍ଦ ମୃତ୍ତିକାର ଯତ୍ନ, ପରିଚାଳନା ତଥା ଚାଷୀମାନଙ୍କ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ସଚେତନ କରାଇବା ସହିତ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଉପସ୍ଥିତ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା, ଯାହା ମୃତ୍ତିକା ପରୀକ୍ଷା ଭିତ୍ତିକ ସାର ଚୟନକୁ ପ୍ରୋତ୍ସାହନ ଦେବା ଦିଗରେ ସହାୟକ ହେବ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଶ୍ରୀ ସମୀର ରଞ୍ଜନ ଦାଶ ଏବଂ ଅନ୍ୟାନ୍ୟ କୃଷି ଅଧିକାରୀମାନେ ମଧ୍ୟ ମୃତ୍ତିକା ସ୍ୱାସ୍ଥ୍ୟ ଓ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସହାୟକ କୃଷି ଅଧିକାରୀ ଶ୍ରୀ ଗଗନ କୁମାର ଭୋଇ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.