Type Here to Get Search Results !

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ 'ଅଫସାଇଟ୍ ମକ୍ ଡ୍ରିଲ୍


ଝାରସୁଗୁଡ଼ା : 

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଜି ଝାରସୁଗୁଡ଼ା ମୁଖ୍ୟ ରାସ୍ତାରେ ବିମାନବନ୍ଦର ଆଡ଼କୁ ଏକ ଅଫସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଅଛି । 

ଜିଲ୍ଲାର ଓଇଆରପି (OERP) ସହିତ ସମନ୍ୱୟ ରକ୍ଷା କରି ସଠିକ୍ ଯୋଗାଯୋଗ ବ୍ୟବସ୍ଥା, ସମ୍ବଳ ସଂଗ୍ରହ ଏବଂ ଆନ୍ତଃ-ଏଜେନ୍ସି ସହଯୋଗରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ପ୍ରଭାବଶାଳୀତାକୁ ପରୀକ୍ଷା କରିବା ପାଇଁ ଏହି ଅଭ୍ୟାସ କରାଯାଇଥିଲା।


ମକ୍ ଡ୍ରିଲ୍ ଅଭ୍ୟାସ ସମୟରେ ଏକ ବାସ୍ତବିକ ଜରୁରୀକାଳୀନ ପରିସ୍ଥିତି ମଧ୍ୟ ସୃଷ୍ଟି କରାଯାଇଥିଲା ଏବଂ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହେବା ଖବର ପାଇବା ପରେ, ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର କିଭଳି ତୁରନ୍ତ ପ୍ରତିକ୍ରିୟାଶୀଳ ହେଉଅଛି ତାହା ନିରୀକ୍ଷଣ କରାଯାଇଥିଲା। ଜିଲ୍ଲା ଅଗ୍ନିଶମ ସେବା, ଜିଲ୍ଲା ହସ୍ପିଟାଲ୍ ଆମ୍ବୁଲାନ୍ସ ସେବା, ପୋଲିସ୍ ବିଭାଗ, ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ଦଳ ସମନ୍ୱିତ ଭାବେ ନିଜ ନିଜ ଭୂମିକାକୁ ଦକ୍ଷତାର ସହିତ ପ୍ରଦର୍ଶନ କରିଥିଲେ।

ଏହି ମକ୍ ଡ୍ରିଲରେ ଉପ- ଜିଲ୍ଲାପାଳ, ପୋଲିସ୍ ଅଧିକ୍ଷକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଆନ୍ତର୍ଜାତୀୟ ତଥା ରାଜ୍ୟସ୍ତରୀୟ ଜରୁରୀକାଳୀନ ଦଳ ଏବଂ ନିକଟବର୍ତ୍ତୀ ବେଦାନ୍ତ, ଓପିଜିସି, ଟିଆରଏଲ କ୍ରୋସାକି, ଆଇ.ଓ.ସି.ଏଲ, ଭଳି ଶିଳ୍ପାନୁଷ୍ଠାନର କର୍ମଚାରୀ ଏବଂ ପ୍ରତିନିଧିମାନେ ନିକଟରୁ ନିରୀକ୍ଷଣ କରିବା ସହିତ ସଚେତନ ହୋଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.