ପୁରୀ :-
ପାରିବାରିକ ବିବାଦକୁ କେନ୍ଦ୍ରକରି ବଡଭାଇ ପରିବାରକୁ ଆକ୍ରମଣ କରିବାକୁ ପୁରୀରୁ ଆସିଥିବା ସାନଭାଇକୁ ମାରଣାସ୍ତ୍ରରେ ହତ୍ୟା କରିଛି ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ତୋରିହବନ୍ଧ ଗ୍ରାମରେ । ମୁତକ ହେଲେ ଗ୍ରାମର ଅମୀୟ ପ୍ରଧାନ ବୋଲି ଜଣାପଡିଛି । ଦାବାକୁ ମାରିବା ପରେ ମୃତଦେହ ନିକଟରେ ମାରଣାସ୍ତ୍ର ଧରି ଦିର୍ଘ ସମୟ ଧରି ଜଗିବସିଥିଲା ପୁତୁରା । ଖବର ପାଇ ବଳଙ୍ଗ ପୁଲିସ ଘଟଣା ସ୍ଥଳରେ ପହଂଚିବା ପରେ ପୁତୁରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିବା ବେଳେ ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଡୋରିବନ୍ଧ ଗ୍ରାମରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଗ୍ରାମର ଅଜୟ ପ୍ରଧାନ ଓ ତାଙ୍କ ଦୁଇଭାଇ ଚୂଇଁଆ ପ୍ରଧାନ ଓ ଅମୀୟ ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ସାନଭାଇ ଅମାୟ ପୁରୀରେ ରହୁଥିଲା ବେଳେ ମଙ୍ଗଳବାର ମଧ୍ୟାହ୍ନରେ ଅଜୟଙ୍କ ପୁଅ ଦିଟୁ ପ୍ରଧାନଙ୍କ ସହ ଚୁଇଁଆଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଗଣ୍ଡଗୋଳ ସମ୍ପର୍କରେ ଦୂଇଁଆ ସାନଭାଇ ଅମୀୟଙ୍କୁ ଜଣାଇବା ପରେ ଅମୟ ଅପରାହ୍ନ ସମୟରେ ଏକ ଟ୍ରାଭେରା ଗାତିରେ ତାଙ୍କର କିଛି ସହଯୋଗୀଙ୍କ ସହ ଆସି ଗ୍ରାମ ମୁଣ୍ଡରେ ଘରକରି ରହୁଥିବା ଅଜୟଙ୍କ ଘରେ ପଶି ପୁଚୁରା ଦିଟୁକୁ ଖୋଜିଥିଲେ । ବିଟୁ ନଥିବା ଦେଖୁ ଅମୀୟ ଘରେ ସମସ୍ତ ଆସବାବ ପତ୍ର ଭଙ୍ଗାରୁଜା କରି ପରିବାର ସଦସ୍ୟଙ୍କୁ ମାରପିଟ କରି ଗାଁ ଘରକୁ ଯାଇଥିଲେ । ସଠାରୁ ପୁନର୍ବାର ଅମୀୟ ଅଜୟଙ୍କ ଘରକୁ ଆସୁଥିବା ସମୟରେ ସ୍କୁଳ ନିକଟରେ ବିଟୁ ହାତରେ ଧରିଥିବା ମାରଣାଗରେ ଅମିୟଙ୍କୁ ମଣ୍ଡକୁ ହାଣି ପକାଇଥିଲେ । ଫଳରେ ଅମୟ ଘଟଣା ସୁଳରେ ତଳେ ପଡିଯାଇଥିଲା ବେଳେ ଅମିୟଙ୍କ ସାଙ୍ଗରେ ଆସିଥିବା ସହଯୋଗୀ ମାନେ ଘଟଣା ଗୁଳରୁ ଦୋଳି ପଳାଇଥିଲେ । ଏହି ଘଟଣା ପରେ ଅମୀୟ ନିର୍ଘ ସମୟ ପଢିରହିବା ପରେ ଖବର ପାଇ ଅମିୟଙ୍କ ଭାଇ ଓ ପୁଦୁରା ମାନେ ପହଂଚି ୧୦୮ ଆମ୍ବୁଲାନ୍କୁ ଫୋନ କରିବା ସହ ବଳଙ୍ଗା ପୁଲିସକୁ ଜଣାଇଥିଲେ । ଖବର ପାଇ ବଳଙ୍ଗା ପୁଲିସ ଅମୀୟଙ୍କୁ ଉଦ୍ଧାର କରି ପୁରୀ ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ମୃତ ଗୋଷଣା କରିବା ପରେ ବଳଙ୍ଗା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଶବ୍ଦ ସଂରକ୍ଷଣ ଗୃହରେ ରଖୁଛି । ଅନ୍ୟ ପଟେ ଦୂଇଁଆଙ୍କ ପୁଚୁରା ତାଙ୍କ ବାହାକୁ ବିଟୁ ସହିତ ଗ୍ରାମରେ ଅନ୍ୟ ୨ଜଣ ଯୁବକ ସାମିଲ ଥିବା ନେଇ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବର୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଆଇ ଆଲସି ଦିବ୍ୟରଂଜନ ପଣ୍ଡା ସୂଚନା ଦେଇଛନ୍ତି ।

