ଝାରସୁଗୁଡା :-
ଝାରସୁଗୁଡାରେ ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସାବିରୋଧୀ ଅଭିଯାନର ନବମ ଦିନରେ ସେହେଡା ଅନୁଷ୍ଠାନର ୱାନ୍ଷ୍ଟପ୍ ସେଣ୍ଟର ସଖୀ ଓ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗ, ଝାରସୁଗୁଡାଙ୍କ ସଂଯୁକ୍ତ ଉଦ୍ୟମରେ ପିକେଏସ୍ଏସ୍ କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା।
ଡିଜିଟାଲ ଯୁଗରେ ବୃଦ୍ଧି ହୋଇଥିବା ସାଇବର ଅପରାଧ ରୁ କିପରି ସୁରକ୍ଷିତ ରହିବା ଯାଏ ଏବଂ ଛାତ୍ରଛାତ୍ରୀମାନେ ସଚେତନ ଭାବେ ସୋସିଆଲ ମିଡିଆ ଓ ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ ସେ ବିଷୟରେ ପୃଙ୍ଖନୁପୃଙ୍ଖ ଆଲୋଚନା କରାଯାଇଥିଲା।
ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ପଣ୍ଡା ସାଇବର ଅପରାଧ ଜନିତ ଝୁମକି ଓ ଆଇନୁନ୍ଦା ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯୋଗାଇଥିଲେ।
କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ବୃନ୍ଦାବନ ମେହେର ଓ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଶତପଥୀ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନ ରହିବାକୁ ଆବହାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରਛାତ୍ରୀମାନେ ଅନଲାଇନ୍ ଠକେଇ, ଅସଦାଚରଣ ଓ ଗୋପନୀୟତା ଉଲ୍ଲଂଘନ ଭଳି ସାଇବର ଜଟିଳତା ବାବଦରେ ବିଶଦ ମାର୍ଗଦର୍ଶନ ପାଇ ଭଲ ଭାବେ ପ୍ରୟୋଜନୀୟ ଜ୍ଞାନ ସଂଚୟ କରିପାରିଥିଲେ।


