ସୁନ୍ଦରଗଡ଼ :
ଏନଟିପିସି ଦର୍ଲିପାଲିର ପ୍ରମୁଖ ସିଏସଆର ପଦକ୍ଷେପରେ ବାଳିକା ସଶକ୍ତିକରଣ ମିଶନ ଶୀତକାଳୀନ କର୍ମଶାଳା -୨୦୨୫ ସଫଳତାର ସହିତ ୨୯ ଡିସେମ୍ବର ୨୦୨୫ ସୋମବାର ଦିନ ପ୍ରକଳ୍ପର କୋଣାର୍କ ଅଡିଟୋରିୟମ୍ରେ ସମାପ୍ତ କରିଛି। ଏହି କାର୍ଯ୍ୟକ୍ରମରେ ଏନଟିପିସି ଦର୍ଲିପାଲିର ପ୍ରକଳ୍ପ ମୁଖ୍ୟ ଫୈଜ ତୈୟାବ ମୁଖ୍ୟ ଅତିଥି ଭାବରେ ଏବଂ ଅଭିଳାଷ ଲେଡିଜ୍ କ୍ଲବ୍ ଦର୍ଲିପାଲିର ସଭାପତି ଶ୍ରୀମତୀ ତାଜିନ୍ ଜାୱେଦ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ରବିନ୍ଦ୍ର ଶର୍ମା, ଅପରେସନ୍ ଏବଂ ଏଫ୍ ଏମ ର ମହାପ୍ରବନ୍ଧକ ଇପିଲ୍ ବାଗେ, ରକ୍ଷଣାବେକ୍ଷଣ ଏବଂ ଏଡିଏମ ମହାପ୍ରବନ୍ଧକ ରାଧେଶ୍ୟାମ ମୌର୍ଯ୍ୟ, ଏବଂ ଦର୍ଲିପାଲି ଏସଟିପିପିର ବିଭାଗ ମୁଖ୍ୟମାନେ, ବିଭିନ୍ନ ସଂଘର ପଦାଧିକାରୀଙ୍କ ସମେତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ବାଳିକା ସଶକ୍ତିକରଣ ମିଶନ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ବ୍ୟତୀତ ନିକଟସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଲୋଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ସପ୍ତାହବ୍ୟାପୀ ଏହି ଆବାସିକ କର୍ମଶାଳାରେ ଏନଟିପିସି ଦର୍ଲିପାଲି ପ୍ରକଳ୍ପର ଆଖପାଖ ଗ୍ରାମ ଗୁଡ଼ିକରେ ଅବସ୍ଥିତ ୯ ଟି ସରକାରୀ ବିଦ୍ୟାଳୟର ୧୨୦ ଜଣ ଝିଅ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମୌଳିକ ଶିକ୍ଷା, ପରିବେଶଗତ ସଚେତନତା, ସ୍ୱାସ୍ଥ୍ୟ ଏବଂ ପରିମଳ, କମ୍ପ୍ୟୁଟର ଏବଂ କଳା ଶିକ୍ଷା, ଯୋଗ, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଭଳି ପ୍ରମୁଖ କ୍ଷେତ୍ର ଗୁଡ଼ିକୁ ପରିବ୍ୟାପ୍ତ କରିଥିଲା, ଯାହା ଅଂଶଗ୍ରହଣ କାରୀଙ୍କ ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ରଖିଥିଲା। ଏହି ପଦକ୍ଷେପର ଏକ ଅଂଶ ଭାବରେ, ମୋଟ ଅଂଶଗ୍ରହଣ କାରୀଙ୍କ ମଧ୍ୟରୁ ୯ ଜଣ ମେଧାବୀ ଝିଅଙ୍କୁ ଏନଟିପିସି ଦର୍ଲିପାଲିର ବିବିପିଏସ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛି। ଏନଟିପିସି ଏହି ଛାତ୍ରଛାତ୍ରୀମାନଙ୍କର ଦଶମ ଶ୍ରେଣୀ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ସ୍କୁଲ ଫିସ୍ ସମେତ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବ।
ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟକ୍ରମ ଏନଟିପିସିର ପ୍ରମୁଖ ସିଏସଆର ପଦକ୍ଷେପ ମଧ୍ୟରୁ ଗୋଟିଏ, ଯାହା ଶିକ୍ଷା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଝିଅମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି।
କର୍ମଶାଳାର ଶେଷରେ, ଅଂଶଗ୍ରହଣ କାରୀମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ, ଏହି କାର୍ଯ୍ୟକ୍ରମ କିପରି ସେମାନଙ୍କର ଆତ୍ମ ବିଶ୍ୱାସକୁ ବୃଦ୍ଧି କରିଥିଲା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆକାଂକ୍ଷା କରିବାକୁ ପ୍ରେରଣା ଦେଇଥିଲା ତାହା ପ୍ରକାଶ କରିଥିଲେ। ବାଳିକା ସଶକ୍ତିକରଣ ମିଶନ ମାଧ୍ୟମରେ, ଏନଟିପିସି ଦର୍ଲିପାଲି ସମାଜ ମଧ୍ୟରେ ସଶକ୍ତିକରଣ, ସମାନତା ଏବଂ ଅନ୍ତର୍ଭୁକ୍ତି ମୂଳକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରି ଚାଲିଛି।

