ଝାରସୁଗୁଡ଼ା :
ସରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୟୁ.ଜି.ଏମ. ଇ-ସ୍କୁଲରେ ଆଜି “ପଠନ ପାର୍ବଣ” କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହେଲା। କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ (BEO) ଶ୍ରୀ ଅନିଲ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଅନୁଷ୍ଠାନିକ ଉଦ୍ଘାଟନ କଲେ।
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ABEO ଶ୍ରୀ ସୁଶାନ୍ତ କୁମାର ହୋତା, ବସନ୍ତ କୁମାର ପଣ୍ଡା, ରାଜେଶ ପାଢ଼ୀ, CRCC ରାମକୃଷ୍ଣ ପୁରୋହିତ, ଶ୍ରୀ ସଞ୍ଜୟ ପାଣିଗ୍ରାହୀ ତଥା ମୋ ସ୍କୁଲ ଅଭିଯାନର ଅନେକ ସଦସ୍ୟ ଓ ସ୍କୁଳ ମ୍ୟାନେଜିଂ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପଠନ ସଚେତନତା, କାହାଣୀ ପଢ଼ା, ପୁସ୍ତକ ପ୍ରଦର୍ଶନୀ ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟ ସମାବେଶ ହୋଇଥିଲା। ମଞ୍ଚ ପରିଚାଳନା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ତାପସ ମିଶ୍ର କରିଥିଲେ।
କାର୍ଯ୍ୟକ୍ରମର ସଫଳ ସମାପ୍ତି ପରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ସମସ୍ତ ଅତିଥି, ସଦସ୍ୟମାନେ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

