Type Here to Get Search Results !

ରାଇରଙ୍ଗପୁର କୁଡୁମୀ ଭବନ ଠାରେ ଭଏସ୍ ଅଫ୍ ଶ୍ରମିକ ଫାଉଣ୍ଡେସନ ଭାରତ ତରଫରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ସଂଯୋଜକ ସଦସ୍ଯତା ସଂଗ୍ରହ ଶୁଭାରମ୍ଭ


ରାଇରଙ୍ଗପୁର :- 

ଆଜି ରାଜ୍ୟର ଅଗ୍ରଣୀ ସାମାଜିକ ସେଚ୍ଛାସେବୀ ସଂଗଠନ ଭଏସ୍ ଅଫ୍ ଶ୍ରମିକ ଫାଉଣ୍ଡେସନ ଭାରତ ତରଫରୁ ମୟୂରଭଞ୍ଜ ଜିଲ୍ଲା ନିମନ୍ତେ ବ୍ଲକ୍ ଲେବେଲ୍ ସଂଯୋଜକ ସଦସ୍ଯତା ସଂଗ୍ରହ ଅଭିଯାନ ରାଇରଙ୍ଗପୁର କୁଡୁମୀ ଭବନ ଠାରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଫାଉଣ୍ଡେସନ ର ଅଧ୍ୟକ୍ଷ ବିଷ୍ଣୁ ଦାସ ସମ୍ମାନିତ ଅତିଥି ଭାବେ ରାଜ୍ଯ ସାଙ୍ଗଠନିକ ସଂଯୋଜକ ଅଜୟ କୁମାର ଲେଙ୍କା, ସହ ସଂଯୋଜକ ସୁକାନ୍ତ କୁମାର ନାୟକ , ଜିଲ୍ଲା ସଂଯୋଜକ ଅମର ମହାନ୍ତ ଓ ରୂପକ କୁମାର ମହାନ୍ତି ସାମିଲ୍ ଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ରୂପକ କୁମାର ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ଅତିଥି ମାନଙ୍କୁ ରାଇରଙ୍ଗପୁର ମାଟିରେ ଭବ୍ଯ ସ୍ବାଗତ କରାଯାଇଥିଲା । ଅଧ୍ୟକ୍ଷ ବିଷ୍ଣୁ ଦାସ ଅଭିଭାଷଣ ରେ କହିଥିଲେ କି ଏହି ଫାଉଣ୍ଡେସନ ତରଫରୁ ଓଡିଶା ରାଜ୍ଯରେ ବର୍ତ୍ତମାନ ସୁଧା ୧୭ ଗୋଟି ଜିଲ୍ଲାରେ ସଂଗଠନ କାର୍ଯ୍ୟ କରୁଅଛି । ତେବେ ଆଜି ପ୍ରଥମଥର ମୟୂରଭଞ୍ଜ ଜିଲ୍ଲାରେ ଏହି ଭଏସ୍ ଅଫ୍ ଶ୍ରମିକ ଫାଉଣ୍ଡେସନ ଭାରତ ସଂସ୍ଥା ତାର କାର୍ଯ୍ଯ ଧାରା କୁ ଶୁଭାରମ୍ଭ କରିବାରେ ସଫଳ ହୋଇଛି । ଫାଉଣ୍ଡେସନ ରେ ସାମିଲ ସମସ୍ତ ସଦସ୍ଯ ମାନଙ୍କ ଉଦ୍ଦେଶ୍ଯରେ କହିଲେ କି ଯେଉଁ ମାନେ ଏହି ସଂଗଠନ ସଂସ୍ଥାରେ ଯେଉଁ ଆଜି ଯୋଡି ହେବେ ସେମାନଙ୍କୁ ସଂସ୍ଥା ତରଫରୁ ବିଶେଷ ସହାୟତା ପ୍ରଦାନ କରାଯିବ । ବିଶେଷ ଭାବରେ ଏହି ସଂସ୍ଥା ଗରିବ ଲୋକଙ୍କ ହିତରେ କାର୍ଯ୍ଯ କରିବ ଅତଏବ ବିଭିନ୍ନ ବ୍ଲକ୍ ଗୁଡିକ ଓ ପଞ୍ଚାୟତ ଗୁଡିକରେ ଗରିବ ପରିବାର ବର୍ଗ ତଳେ ଜୀବନ ଯାପନ କରୁଥିବା ଛାତ୍ର ଛାତ୍ରୀଙ୍କୁ ମାଗଣା ପାଠାଗାର ସହିତ ସ୍ବାସ୍ଥ୍ଯ ଓ ରୋଜଗାର ପ୍ରଦାନ କରିବାରେ ମୁଖ୍ଯ ଭୂମିକା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରଖିବ। ଏ ସମର୍କିତ ସଂଯୋଜକ ମାନଙ୍କୁ ମାଗଣା ତାଲିମ ପ୍ରଦାନ କରାଯାଇଥିଲା । ତେବେ ରୋଜଗାର କ୍ଷମ ହେବାକୁ ଚାଉଁଥିବା ପରିବାର ଙ୍କୁ ଚିହ୍ନଟ କରି ସଂସ୍ଥା ଦ୍ବାରା କ୍ଷୁଦ୍ର ଉଦ୍ଯୋଗ ତାଲିମ ପ୍ରଦାନ ଯଥା ପେପର ପ୍ଲେଟ୍ , ମହମବତୀ, ଫିନାଇଲ , ଛତୁ ଚାଷ, ଧୂପ କାଟି, ଏହି ଭଳି ଦଶ ଗୋଟି ଉଦ୍ଯୋଗ ଉପରେ ତାଲିମ୍ ସହ କଂଚା ମାଲ ଯୋଗାଇ ଦିଆଯିବା ଏବଂ ଇଦ୍ଯୋଗୀ ମାନେ କଂଚା ମାଲ୍ କୁ ପ୍ରସ୍ତୁତି କରି କିପରି ରପ୍ତାନୀ ଓ ଆମଦାନୀ କରିବେ ତାହାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଏହାବ୍ୟତୀତ ସଦସ୍ଯ ମାନଙ୍କର ଛାତ୍ର ଛାତ୍ରୀଙ୍କୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଆନିସାଙ୍ଗିକ ପାଠ୍ଯକ୍ରମ ପ୍ରଦାନ , ଝିଅ ଓ ପୁଅ ବିବାହ ବେଳେ ଆର୍ଥିକ ସହାୟତା ପ୍ରଦାନ , ଦକ୍ଷତା ଥିବା ସଦସ୍ଯ ମାନଙ୍କୁ ନିଯୁକ୍ତି ପ୍ରଦାନ , ଚିକିତ୍ସିତ କ୍ଷେତ୍ରରେ ଦୈନିକ ଦୁଇଶହ ଟଙ୍କା ପ୍ରଦାନ, ପ୍ରତ୍ଯେକ ସଦସ୍ଯ ମାନଙ୍କ ଛାତ୍ର ଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସମସ୍ତ ଖର୍ଚ୍ଚ ସଂସ୍ଥା ଦ୍ବାରା ପ୍ରଦାନ କରାଯିବ ବୋଲି ପରି ପ୍ରକାଶ କରିଥିଲେ । ପରିଶେଷରେ ଜିଲ୍ଲାର ବ୍ଲକ ସ୍ତରୀୟ ସଂଯୋଜକ ଚୟନ କରାଯାଇଥିଲା । କପ୍ତିପଦା ରୁ ଶିବାନୀ ଶଙ୍କର ବେହେରା, ରାଇରଙ୍ଗପୁର ରୁ ରୂପକ କୁମାର ମହାନ୍ତି, ଜାମଦା ରୁ ରବିନ୍ଦ୍ର ମହାନ୍ତ , କୁସୁମୀ ରୁ ସୂର୍ଯ୍ୟମଣି ହାଁସଦାଃ, ବିଶୋଇ ବ୍ଲକ ମନମନ୍ତି ନାଏକ , ବିଜାତଳା ରୁ ଅବନ୍ତି ଲତା ବେହେରା, ତିରିଂ ରୁ ପବନ କୁମାର ମହାନ୍ତ , ବହଳଦାରୁ ଆକାଶ ମହାନ୍ତ ପ୍ରମୁଖ ଙ୍କୁ ସଦସ୍ଯତା ସଂଯୋଜକ ଭାବେ ଚୟନ କରାଯାଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.