Type Here to Get Search Results !

ଓଡ଼ିଶାରେ ବ୍ରାଣ୍ଡ ଆମ୍ବାସଡର ଅଭାବ କି , ମାଧୁରୀଙ୍କୁ କାହିଁକି ଦିଆଗଲା ଏକ କୋଟି ରୁ ଉର୍ଧ୍ଵ ଟଙ୍କା

 


ଭୁବନେଶ୍ୱର : -

 ବ୍ରାଣ୍ଡ ଆମ୍ବାସାଡ଼ର ହୋଇ ବଲିଉଡ ଅଭିନେତ୍ରୀ ମାଧୁରୀ ନେଲେ ଏକ କୋଟି ଷାଠିଏ ଲକ୍ଷ ଟଙ୍କା 

ଏଭଳି କଥା ଆଉ କେହି ନୁହଁ ଖୋଦ ହସ୍ତତନ୍ତ୍ର ବୟାନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଉଠିଥିବା ଏକ ପ୍ରଶ୍ନ ର ଉତ୍ତରରେ କହିଛନ୍ତି l ବିଧାନସଭା ପ୍ରଶ୍ନକାଳ ସମୟରେ ଅରୁଣ ସାହୁ ପ୍ରଶ୍ନ କରିଥିଲେ କି , ଓଡିଶା ହସ୍ତତନ୍ତ୍ର ଓ ବୟାନ ଶିଳ୍ପ ବ୍ରାଣ୍ଡ ଆମ୍ବାସାଡ଼ର ରୂପେ ବଲିଉଡ ଅଭିନେତ୍ରୀ ମାଧୁରୀଙ୍କୁ କେତେ ପାରିଶ୍ରମିକ ଦିଆଗଲା ଓ ଅଣ ଓଡ଼ିଆ ଅଭିନେତ୍ରୀ ଙ୍କୁ ନେଇ ରାଜ୍ୟ ସରକାର କେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି l  ଏହାର ଉତ୍ତରରେ ବୟାନ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ କି ମାଧୁରୀ ଙ୍କୁ ବ୍ରାଣ୍ଡ ଆମ୍ବାସାଡ଼ର କରି ରାଜ୍ୟ ରାଜକୋଷ ରୁ ଏକ କୋଟି ଷାଠିଏ ଲକ୍ଷ ପ୍ରଦାନ କରାଯିବା ସହିତ ତାଙ୍କ ଯିବାଆସିବା , ରହିବ ଖାଇବା ସମସ୍ତ ଖର୍ଚ ରାଜ୍ୟ ରାଜକୋଷରୁ ଯାଇଛି . ଏହାଦ୍ୱାରା ରାଜ୍ୟ ହସ୍ତକଳା ଓ ବୟନଶିଳ୍ପ ରେ ଉନ୍ନତି ହେବ ଓ ବିଶ୍ୱ ଦରବାର ରେ ଓଡ଼ିଆ ହସ୍ତଶିଳ୍ପ କ୍ଷତି ଅର୍ଜନ କରିବ l 

ତେବେ ଏଠି ପ୍ରଶ୍ନ ଉଠୁଛି କି , କଣ ଓଡିଶା ରେ ବ୍ରାଣ୍ଡ ପ୍ରମୋସନ ପାଇଁ ଆମ୍ବାସାଡ଼ର ଅଭାବ ରହିଛି କି ? କାହିଁକି ବଲିଉଡ ଅଭିନେତ୍ରୀ ଙ୍କୁ ରାଜ୍ୟ ରାଜକୋଷ ଖାଲି କରି ବ୍ରାଣ୍ଡ ଆମ୍ବାସାଡ଼ର କରାଗଲା ? ଯେତିକି ଟଙ୍କା ବଲିଉଡ ଅଭିନେତ୍ରୀ ଙ୍କୁ ଦିଆଗଲା ଓ ଖର୍ଚ କରାଗଲା ସେତିକି ଟଙ୍କାରେ ଓଡିଶା ରେ ଅତି କମ ରେ ୧୦ ଜଣ ବ୍ରାଣ୍ଡ ଆମ୍ବାସାଡ଼ର ହୋଇ ପାରିଥାନ୍ତେ l ତେବେ ଏଭଳି କାମ କରିବାରେ ଓଡିଶା ହସ୍ତଶିଳ୍ପ ଏଯାଏଁ କୌଣସି ଆଖିଦୃଶିଆ ସଫଳ ତ ହୋଇନାହିଁ l କିନ୍ତୁ ହଁ ସେଇ ଟଙ୍କାରେ ରାଜ୍ୟବାସୀ ଙ୍କ ପାଇଁ କିଛି ଉନ୍ନତି କାର୍ଯ୍ୟ ହୋଇ ପାରିଥାନ୍ତା କିମ୍ବା ସେଇ ହସ୍ତକଳା କାରିଗରଙ୍କ ପାଇଁ ଉନ୍ନତିକରଣ ହୋଇ ପାରିଥାନ୍ତା l ଲୋକ ଦେଖାଣିଆ ହୋଇ ଅଣଓଡ଼ିଆ ସେଲିବ୍ରିଟି ଙ୍କ ପଛରେ ଏଭଳି ଖର୍ଚ ନିଶ୍ଚିତ ରୂପେ ବୋକାମୀ କହିପାରିବା l 

Post a Comment

0 Comments
* Please Don't Spam Here. All the Comments are Reviewed by Admin.